ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସରକାର ଜିଏସ୍ଟିରେ ଦର ହ୍ରାସ କରିବା ପରେ, କଂଗ୍ରେସ ଦଳ କର୍ପୋରେଟ୍
କମ୍ପାନୀମାନଙ୍କର ମୁନାଫା ଲୋଭ ରୋକିବା ଆବଶ୍ୟକତା ଉପରେ ଜୋର ଦେଇଛି ଏବଂ ପ୍ରଶ୍ନ ଉଠାଇଛି ଯେ, ଏହାର ଲାଭ ପ୍ରକୃତରେ
ସାଧାରଣ ଜନତା ପର୍ଯ୍ୟନ୍ତ ପହଞ୍ଚିବ କି ନାହିଁ ? କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ଦିନ ଡିଜିଟାଲ୍ ପ୍ଲାଟଫର୍ମ
‘ଏକ୍ସରେ କହିଛନ୍ତି ଯେ, ଜିଏସ୍ଟିରେ ମୁନାଫାଖୋରୀ
ରୋକିବା ଓ ଲୋକଙ୍କୁ ଲାଭ ଦେବା ପାଇଁ ତିଆରି ହୋଇଥିବା ଜାତୀୟ ମୁନାଫାଖୋରୀ ନିରୋଧକ
ପ୍ରାଧିକରଣ (ଏନଏଏ) କୁ ସରକାର ବିଲୋପ କରିବା କଥା ଉଠାଇ ସରକାରଙ୍କୁ କମ ହୋଇଥିବା ଦରର ଲାଭ ସାଧାରଣ ଲୋକଙ୍କ
ନିକଟରେ ପହଂଚାଇବାକୁ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା