ଚିତ୍ରଦୁର୍ଗ, 6 ସେପ୍ଟେମ୍ବର (ହି.ସ.)- କର୍ଣ୍ଣାଟକର ଚିତ୍ରଦୁର୍ଗ
ବିଧାନସଭା କ୍ଷେତ୍ରରୁ କଂଗ୍ରେସ ବିଧାୟକ କେ.ସି. ବୀରେନ୍ଦ୍ର ଓରଫ ‘ପପ୍ପି’ କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ବଡ଼ ଝଟକା ଦେଇଛି ।
ଅନଲାଇନ୍ ସଟ୍ଟାବାଜି ଓ ବେଆଇନ ମନିଲଣ୍ଡରିଂର ଅଭିଯୋଗ ମାମଲାକୁ ନେଇ ଇଡି ଶନିବାର ଦିନ
ଚିତ୍ରଦୁର୍ଗ ଜିଲ୍ଲାର ଚଲ୍ଲକେରେ ସହରର ଅନେକ ବ୍ୟାଙ୍କ ଉପରେ ରେଡ୍ କରିଛି, ଯେଉଁଠି ବୀରେନ୍ଦ୍ରଙ୍କ
ଖାତା ଅଛି।
10 ରୁ ଅଧିକ ଇଡି ଅଧିକାରୀ ଚଲ୍ଲକେରେ ସହରରେ ପହଞ୍ଚି ବିଧାୟକ ବୀରେନ୍ଦ୍ରଙ୍କ ବ୍ୟାଙ୍କ
ଖାତାର ତଦନ୍ତ କରୁଛନ୍ତି। ସେମାନେ କୋଟକ ମହିନ୍ଦ୍ରା, ଏକ୍ସିସ୍, ଫେଡେରାଲ୍ ଓ କର୍ଣ୍ଣାଟକ ବ୍ୟାଙ୍କ ସହ ଅନ୍ୟାନ୍ୟ ଶାଖାରେ
ବୀରେନ୍ଦ୍ରଙ୍କ ନାମରେ ଥିବା 17ଟି ବ୍ୟାଙ୍କ ଖାତା ସହିତ ସଂପୃକ୍ତ ତଥ୍ୟ ସଂଗ୍ରହ କରୁଛନ୍ତି।
ସୂତ୍ର ଅନୁଯାୟୀ, ବିଧାୟକଙ୍କ ବ୍ୟାଙ୍କ ଲକର୍
ମଧ୍ୟ ତଲାସ କରାଯାଉଛି।
ଗତ 15 ଦିନ ମଧ୍ୟରେ ଏହା ଇଡି ତରଫରୁ ବୀରେନ୍ଦ୍ରଙ୍କ ଉପରେ ତୃତୀୟ ରେଡ୍ । ଇଡି 22 ଓ 23
ଅଗଷ୍ଟରେ ସକାଳ 5ଟାରୁ ବୀରେନ୍ଦ୍ରଙ୍କ ନିବାସରେ ରେଡ୍ କରିଥିଲା। ଏହି ଅଭିଯାନ ସମୟରେ ଅଧିରାତ୍ର
ପର୍ଯ୍ୟନ୍ତ ଦସ୍ତାବିଜ ଯାଞ୍ଚ ହୋଇଥିଲା ଓ କୋଟି କୋଟି ଟଙ୍କା ମୂଲ୍ୟର ଅବୈଧ ସମ୍ପତ୍ତି, ନଗଦ ଓ ଲକ୍ଜୁରୀ ଗାଡ଼ି
ଜବତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା