ଖାଟୁଶ୍ୟାମ ମନ୍ଦିରରେ 43 ଘଂଟା ଯାଏ ବନ୍ଦ ରହିବ ଦର୍ଶନ
ସିକର, 6 ସେପ୍ଟେମ୍ବର (ହି.ସ.)- ସିକର ଜିଲ୍ଲାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ବାବା ଖାଟୁଶ୍ୟାମଜୀ ମନ୍ଦିରରେ ଭକ୍ତମାନେ ୪୩ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ପାଇପାରିବେନାହିଁ । ମନ୍ଦିର ପ୍ରଶାସନଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଆଜି ରାତି ୧୦ଟାରୁ ମନ୍
ଖାଟୁଶ୍ୟାମ ମନ୍ଦିରରେ 43     ଘଂଟା ଯାଏ ବନ୍ଦ ରହିବ ଦର୍ଶନ


ସିକର, 6 ସେପ୍ଟେମ୍ବର (ହି.ସ.)- ସିକର ଜିଲ୍ଲାରେ

ଅବସ୍ଥିତ ବିଶ୍ୱପ୍ରସିଦ୍ଧ ବାବା ଖାଟୁଶ୍ୟାମଜୀ ମନ୍ଦିରରେ ଭକ୍ତମାନେ ୪୩ ଘଣ୍ଟା ପର୍ଯ୍ୟନ୍ତ

ଦର୍ଶନ ସୁଯୋଗ ପାଇପାରିବେନାହିଁ । ମନ୍ଦିର ପ୍ରଶାସନଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ

ଅନୁଯାୟୀ, ଆଜି ରାତି ୧୦ଟାରୁ ମନ୍ଦିରର ଦ୍ୱାର ବନ୍ଦ କରାଯିବ ଏବଂ ୮

ସେପ୍ଟେମ୍ବର ସନ୍ଧ୍ୟା ୫ଟାରୁ ଦର୍ଶନ ପୁନର୍ବାର ଆରମ୍ଭ ହେବ।

ଶ୍ରୀ ଶ୍ୟାମ ମନ୍ଦିର କମିଟିର

ସଚିବ ମାନବେନ୍ଦ୍ର ସିଂହ ଚୌହାନ କହିଛନ୍ତି ଯେ ୭ ସେପ୍ଟେମ୍ବରରେ ଚନ୍ଦ୍ରଗ୍ରହଣ ପଡୁଛି ଓ ୮

ସେପ୍ଟେମ୍ବରରେ ବାବା ଶ୍ୟାମଙ୍କ ବାର୍ଷିକ ତିଳକ ମହୋତ୍ସବ ଅନୁଷ୍ଠିତ ହେବ। ଏହି କାରଣରୁ

ପ୍ରଚଳିତ ପରମ୍ପରା ଅନୁଯାୟୀ, ୬ ସେପ୍ଟେମ୍ବର ରାତିରୁ ୮

ସେପ୍ଟେମ୍ବର ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିରର ଦର୍ଶନ ବନ୍ଦ ରହିବ। ଏହି ଅବଧି ମଧ୍ୟରେ ମନ୍ଦିର

ପରିସରରେ କେବଳ ଧାର୍ମିକ ଅନୁଷ୍ଠାନ ଓ ପାରମ୍ପରିକ କାର୍ଯ୍ୟ ହିଁ ସମ୍ପନ୍ନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande