ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)
-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଜମେଇକା ଲେବର ପାର୍ଟିର ନେତା ଡ. ଏଣ୍ଡ୍ରୁ ହୋଲନେସ୍ଙ୍କୁ ଅଭିନନ୍ଦନ
ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଜାମେଇକାର ସଂସଦୀୟ ନିର୍ବାଚନରେ ଜାମେଇକା ଲେବର ପାର୍ଟି ତୃତୀୟଥର
ପାଇଁ ଲାଗାତାର ବିଜୟୀ ହେବାରେ ଖୁସି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ
ଅଭିନନ୍ଦନ ଜଣାଇକିଲେଖିଛନ୍ତି, “ମୁଁ ଭାରତ-ଜାମେଇକା ସୌହାର୍ଦ୍ଦ୍ୟ ସମ୍ପର୍କକୁ ଆହୁରି ସୁଦୃଢ କରିବା ଏବଂ ଦୁଇ ଦେଶ ମଧ୍ୟରେ
ସହଯୋଗକୁ ବୃଦ୍ଧି କରିବା ପାଇଁ ଆଶା କରୁଛି ।''
ଉଲ୍ଲେଖନୀୟ ଯେ,
ଜାମେଇକାର ପ୍ରଧାନମନ୍ତ୍ରୀ ଏଣ୍ଡ୍ରୁ ହୋଲନେସ୍
ଗୁରୁବାର ସକାଳେ ଏକ କଡା ମୁକାବିଲା ପରେ ତୃତୀୟଥର ପାଇଁ ନିର୍ବାଚନରେ ବିଜୟ ହାସଲ କରିଛନ୍ତି।
ହୋଲନେସଙ୍କ ଜାମେଇକା ଲେବର ପାର୍ଟି ୩୪ଟି ଏବଂ ବିରୋଧୀ ପିପୁଲ୍ସ ନ୍ୟାସନାଲ୍ ପାର୍ଟିର ମାର୍କ
ଗୋଲ୍ଡିଂ ୨୯ଟି ସିଟ୍ ଉପରେ ବିଜୟ ହାସଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା