ଗାନ୍ଧିନଗର, 6 ସେପ୍ଟେମ୍ବର (ହି.ସ.)- ଭାରତୀୟ ପାଣିପାଗ ବିଭାଗ ୬ ଓ ୭ ସେପ୍ଟେମ୍ବରରେ ଗୁଜରାଟରେ ଦୁଇ ଦିନ ଅତିପ୍ରବଳ
ବର୍ଷା ନେଇ ଆଲର୍ଟ ଜାରି କରିଛି । ଏହି ଦିନଗୁଡିକରେ ରାଜ୍ୟର ଅନେକ ଜିଲ୍ଲାରେ ରେଡ୍ ଆଲର୍ଟ ଓ
କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ କରାଯାଇଛି।
ଏହି ଗୁରୁତର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରଧାନ ସଚିବ ପଙ୍କଜ ଜୋଶୀଙ୍କ
ଅଧ୍ୟକ୍ଷତାରେ ଶନିବାର ଗାନ୍ଧୀନଗରରେ ଅବସ୍ଥିତ ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟରରେ ଏକ
ସମୀକ୍ଷା ବୈଠକ ଆୟୋଜିତ କରାଯାଇଥିଲା।
ଏହି ବୈଠକରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଯୋଗ ଦେଇଥିବା ବିଭିନ୍ନ ଜିଲ୍ଲା ଜିଲ୍ଲାପାଳଙ୍କୁ
ମୁଖ୍ୟ ସଚିବ ପାଣିପାଗ ବିଭାଗ ଦ୍ୱାରା ଜାରି ସତର୍କତାକୁ ଧ୍ୟାନରେ ରଖି ସମ୍ଭାବ୍ୟ ବିପଦରୁ
ଜନସାଧାରଣକୁ ସଚେତନ କରିବା ଓ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି
ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା ଅଗ୍ରିମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା