ସଂଘର ସମନ୍ୱୟ ବୈଠକରେ ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା
ଯୋଧପୁର, 6 ସେପ୍ଟେମ୍ବର (ହି.ସ.)- ରାଜସ୍ଥାନର ଯୋଧପୁରରେ ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ ଅଖିଲ ଭାରତୀୟ ସମନ୍ୱୟ ବୈଠକର ପ୍ରଥମ ଓ ଦ୍ୱିତୀୟ ଦିନ ସଂଘର ଶତାବ୍ଦୀ ବର୍ଷ (ବିଜୟାଦଶମୀ 2025 ରୁ ବିଜୟାଦଶମୀ 2026) ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍
ସଂଘର ସମନ୍ୱୟ ବୈଠକରେ ଶତାବ୍ଦୀ ବର୍ଷର କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା


ଯୋଧପୁର, 6 ସେପ୍ଟେମ୍ବର (ହି.ସ.)- ରାଜସ୍ଥାନର ଯୋଧପୁରରେ ଚାଲିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତିନି ଦିନିଆ

ଅଖିଲ ଭାରତୀୟ ସମନ୍ୱୟ ବୈଠକର ପ୍ରଥମ ଓ ଦ୍ୱିତୀୟ ଦିନ ସଂଘର ଶତାବ୍ଦୀ ବର୍ଷ (ବିଜୟାଦଶମୀ 2025

ରୁ ବିଜୟାଦଶମୀ 2026) ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଛି।

ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନମାନଙ୍କର ପଦାଧିକାରୀମାନେ ନିଜ ଆଗାମୀ

କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ବିସ୍ତୃତ ତଥ୍ୟ ଦେଇଛନ୍ତି।

ସଂଘର ପ୍ରଚାର ବିଭାଗ ଅନୁଯାୟୀ,

ମୁଖ୍ୟତଃ

ସକ୍ଷମ (ସମଦୃଷ୍ଟି,

କ୍ଷମତା

ବିକାଶ ଓ ଅନୁସନ୍ଧାନ ମଣ୍ଡଳ) ପକ୍ଷରୁ ରାମଦେବରାରେ ୧ ଅଗଷ୍ଟରୁ ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସାମାଜିକ

ସମରସତା ସହିତ ଶ୍ରଦ୍ଧାର କେନ୍ଦ୍ର ଲୋକଦେବତା ବାବା ରାମଦେବଙ୍କ ମେଳା ଅବଧିରେ ସଂପନ୍ନ

ହୋଇଥିବା ନେତ୍ର କୁମ୍ଭ ବିଷୟରେ ଜଣାଯାଇଛି। ଏହି ୩୩ ଦିନର ଏହି ଅବଧିରେ 1,00,797 ଲୋକଙ୍କ ନେତ୍ର ପରୀକ୍ଷା କରାଯାଇଛି। 85,337 ଲୋକଙ୍କୁ ଚଷମା ପ୍ରଦାନ

କରାଯାଇଛି। 6,234 ରୋଗୀ ଚିହ୍ନଟ କରାଯାଇଛନ୍ତି ଯାହାଙ୍କର ଶୀଘ୍ର ନେତ୍ର ଅପରେସନ

କରାଯିବ।

ଏହି ପ୍ରକାର ସୀମା ଅଞ୍ଚଳରେ ସକ୍ଷମ ର ଏହି ନିଆରା ପ୍ରୟୋଗ ପ୍ରଥମ ଥର ହୋଇଛି । ସହକାରିତା ଭାବକୁ ସମାଜରେ ସଦୃଢ କରି ଗ୍ରାମୀଣ

ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଦୁଗ୍ଧ ସଂଘ ବିଷୟରେ ବି ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande