ଦିଲ୍ଲୀରେ ଦୁଇଦିନରେ ଯମୁନା ଜଳସ୍ତର ଏକ ମିଟରରୁ ଅଧିକ ହ୍ରାସ
ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀରେ ବଢ଼ିଥିବା ଯମୁନା ନଦୀର ଜଳସ୍ତର ଗତ ଦୁଇ ଦିନରେ ୧ ମିଟରରୁ ଅଧିକ କମିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସତ୍ତ୍ୱେ, ଗତ ଦୁଇ ଦିନ ମଧ୍ୟରେ ଏହି ନଦୀର ଜଳସ୍ତର ଏକ ମିଟର ଠାରୁ ଅଧିକ କମିଛି। ଦିଲ୍ଲୀ
ଦିଲ୍ଲୀରେ ଦୁଇଦିନରେ ଯମୁନା ଜଳସ୍ତର ଏକ ମିଟରରୁ ଅଧିକ ହ୍ରାସ


ନୂଆଦିଲ୍ଲୀ, 6 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀରେ ବଢ଼ିଥିବା ଯମୁନା ନଦୀର ଜଳସ୍ତର ଗତ ଦୁଇ ଦିନରେ ୧ ମିଟରରୁ ଅଧିକ

କମିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସତ୍ତ୍ୱେ, ଗତ ଦୁଇ ଦିନ ମଧ୍ୟରେ ଏହି

ନଦୀର ଜଳସ୍ତର ଏକ ମିଟର ଠାରୁ ଅଧିକ କମିଛି।

ଦିଲ୍ଲୀ ଜଳସଚେନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ଅନୁଯାୟୀ, ଶନିବାର ସକାଳ 10ଟାରେ ଯମୁନାର

ଜଳସ୍ତର 206.43 ମିଟର ଥିଲା । ଗୁରୁବାର (207.46 ମିଟର) ଥିବା ଠାରୁ ଏକ ମିଟରରୁ ଅଧିକ କମିଛି।ବନ୍ୟା

ପୀଡ଼ିତ ଲୋକଙ୍କ ପାଇଁ ଉଦ୍ଧାର କାମ ଜାରି ରହିଛି । ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେ ତଳେ ଥିବା

ରାସ୍ତା ଉପରେ ରହୁଥିବା ବନ୍ୟା ପୀଡ଼ିତ ଲୋକମାନଙ୍କୁ ପ୍ରଶାସନ ଶିବିରକୁ ନେଇଛି। ଯମୁନାର

ଜଳସ୍ତର କମିବା ସହ ପ୍ରଶାସନ ଆଶ୍ରୟ ଶିବିରରେ ବ୍ୟବସ୍ଥା ବଢ଼ାଇବାରେ ଲାଗିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande