ଭୁବନ, ୭ ସେପ୍ଟେମ୍ବର (ହି.ସ.) - ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ , ଡି ଜେ ସାଉଣ୍ଡରେ ସାରା ସହର ଦୁଲୁକୁଛି । ଗତ ୨୭ ତାରିଖ ଠାରୁ ୨୧ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ମୂର୍ତୀ ଆଜି ଭସାଣି ଉତ୍ସବରେ ସାମିଲ ହୋଇଛି । ଗଣେଶ ମେଲଣ ସଭାପତି ସୁବ୍ରତ କୁମାର ସାହୁ ଦିବା ୧୧ ଘଟିକା ସମୟରେ ମେଲଣ ପଡିଆ ଠାରେ ନଡ଼ିଆ ଭାଙ୍ଗି ଭସାଣି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ୧୨ ବର୍ଷ ପୂର୍ତି ପାଳନ କରୁଥିବା ରୟାଲିୟନ କ୍ଲବ୍ ଓ ତା ପଛକୁ ୨୦ ଟି କ୍ଲବ କ୍ରମାନ୍ୱୟରେ ଭସାଣି ଯାତ୍ରା ରେ ସାମିଲ ହୋଇ ରାମ ମନ୍ଦିର ଛକ , ଲାତବିଲ,ଗୋଡ଼ି ପୋଖରୀ ଛକ,ନୂଆ ବଜାର (ବସ ଷ୍ଟାଣ୍ଡ) ,ଗୁଜୁରି ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି ଦେଇ ସହର ପରିକ୍ରମା କରୁଛନ୍ତି । ସମୁଦାୟ ୨୧ ଟି ମେଢ଼ ଯାତ୍ରାରେ ସାମିଲ ହୋଇଛି । ଗଣେଶ ପୂଜା ଶାନ୍ତି କମିଟି ସଭାପତି ସୁବ୍ରତ କୁମାର ସାହୁ, ସମ୍ପାଦକ ଜିତେନ୍ଦ୍ର ଦାସ ,ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଯାକ ଜମକରେ ଗଣେଶ ପୂଜା ଭସାଣି ପାଳିତ ହେଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଡି ଏସ ପି ସୂର୍ଯ୍ୟମଣି ପ୍ରଧାନ, କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଜନୀ କାନ୍ତ ସାମଲ ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଜିଲ୍ଲାର ୨୦ ଜଣ ଥାନା ଅଧିକାରୀ , ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ