ଦଧିବାମନ ମନ୍ଦିରରେ ଭାବଗତ ଜୟନ୍ତୀ ପାଳନ
ସୁବର୍ଣ୍ଣପୁର, ୭ ସେପ୍ଟେମ୍ବର (ହି.ସ.)- କଥାରେ ଅଛି ବ୍ରହ୍ମାଣ୍ଡର ଭଗବତ ତତ୍ତ୍ଵ ବା ବ୍ରହ୍ମ ଜ୍ଞାନ ସମ୍ପର୍କରେ ଆଲୋଚନା କଲେ ଶ୍ରବଣ କଲେ ମଣିଷ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇ ଜୀବନ ମୁକ୍ତି ବା ମୋକ୍ଷ ପ୍ରାପ୍ତ ହୋଇଥାଏ l ଯାହାକି ଏ ପରମ୍ପରା ଶହ ଶହ ବର୍ଷରୁ ଚାଲି ଆସିଛି ସୋନପୁର ଘୋଡା ଘାଟ ପଡ଼ା ଶ୍ରୀ
ଦଧିବାମନ ମନ୍ଦିର ରେ ଭାବଗତ ଜୟନ୍ତୀ ପାଳନ


ସୁବର୍ଣ୍ଣପୁର, ୭ ସେପ୍ଟେମ୍ବର (ହି.ସ.)- କଥାରେ ଅଛି ବ୍ରହ୍ମାଣ୍ଡର ଭଗବତ ତତ୍ତ୍ଵ ବା ବ୍ରହ୍ମ ଜ୍ଞାନ ସମ୍ପର୍କରେ ଆଲୋଚନା କଲେ ଶ୍ରବଣ କଲେ ମଣିଷ ବ୍ରହ୍ମ ଜ୍ଞାନ ପ୍ରାପ୍ତ ହୋଇ ଜୀବନ ମୁକ୍ତି ବା ମୋକ୍ଷ ପ୍ରାପ୍ତ ହୋଇଥାଏ l ଯାହାକି ଏ ପରମ୍ପରା ଶହ ଶହ ବର୍ଷରୁ ଚାଲି ଆସିଛି ସୋନପୁର ଘୋଡା ଘାଟ ପଡ଼ା ଶ୍ରୀ ଦଧିବାମନ ମନ୍ଦିରରେ l ଆଜି ଭାଦ୍ରବ ପୂର୍ଣ୍ଣିମା ପବିତ୍ର ତିଥିରେ ଶ୍ରୀମଦ୍ ଭାଗବତ ଜୟନ୍ତୀ ପାଳନ ଅବସରରେ ସାମୁହିକ ଗୀତା ପାଠ, ଭାଗବତ ପାରାୟଣ ଅନନ୍ତ ମୁଖି ପଠନ ଅନୁଷ୍ଠିତ ହୋଇଯାଇଛି l ୭୦ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଏଠାରେ ଯୋଗଦେଇ ପ୍ରଥମରୁ ଦ୍ଵାଦଶ ସ୍କନ୍ଦ ଯାଏ ଭାଗବତ ପାଠ କରିଥିଲେ l ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ସମେତ ଦଧିବାମନ ମନ୍ଦିର କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ପୂଜକ ଦାଧିବାବନ ପୁଝାରୀ, ଦେବେଶ ମିଶ୍ର, ରାଧେଶ୍ୟାମ ପୁଝାରୀଙ୍କ ଦ୍ଵାରା ଆଜି ଦିବସର ନୀତିକାନ୍ତି ପୁଜା ବିଧି କରାଯାଇଥିଲା l ସେହିପରି ଆଜି ସକାଳେ ବଡ ବଜାର ସ୍ଥିତ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ମଧ୍ୟ ପଣ୍ଡିତ ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଏକ ସାମୁହିକ ଶ୍ରୀମଦ୍ ଭାଗବତ ଗୀତା ପଠନର ଅୟୋଜନ କରଯାଇଥିଲା l ଯେଉଁଥିରେ କି ୧୦୦ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଓ ଶତାଧିକ ମହିଳା ଭକ୍ତ ମଧ୍ୟ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande