ଧାମନଗର କଲେଜରେ ଗଛ କାଟିବାକୁ ନେଇ ଅସନ୍ତୋଷ, ନୂତନ ଗୃହ ନିର୍ମାଣ ପାଇଁ ବାଧକ ସାଜିଲା ଗଛ - ଅଧକ୍ଷ
ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଧାମନଗର ମହାବିଦ୍ୟାଳୟ ଉକ୍ତ ଅଂଚଳ ରେ ଏକ ପୁରାତନ ମହାବିଦ୍ୟାଳୟ ପ୍ରଥମେ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକ ଙ୍କ ଉଦ୍ୟମ ଓ ଅଂଚଳ ର ଲୋକଙ୍କ ସହାୟତା ରେ ମହାବିଦ୍ୟାଳୟ ଟି ସ୍ଥାପନା ହୋଇ ଥିଲା। ପାଖା ପାଖି ୨୭ ଏକର ଜାଗାରେ ଉକ୍ତ ମହାବିଦ୍ୟାଳୟ ରହିଛି ହେଲେ। ମହାବିଦ
DHAMNAGAR COLLEGE GACHA KATIBA NEI ASONTOSH


ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଧାମନଗର ମହାବିଦ୍ୟାଳୟ ଉକ୍ତ ଅଂଚଳ ରେ ଏକ ପୁରାତନ ମହାବିଦ୍ୟାଳୟ ପ୍ରଥମେ ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକ ଙ୍କ ଉଦ୍ୟମ ଓ ଅଂଚଳ ର ଲୋକଙ୍କ ସହାୟତା ରେ ମହାବିଦ୍ୟାଳୟ ଟି ସ୍ଥାପନା ହୋଇ ଥିଲା। ପାଖା ପାଖି ୨୭ ଏକର ଜାଗାରେ ଉକ୍ତ ମହାବିଦ୍ୟାଳୟ ରହିଛି ହେଲେ। ମହାବିଦ୍ୟାଳୟ ର ନିଜସ୍ୱ ଜାଗା ୧୫ ଏକର ଜମି ଉପରେ କଲେଜ ର ଘର ପୋଖରୀ , ଖେଳ ପଡିଆ ଇତ୍ୟାଦି ରହିଛି।ଅବଶିଷ୍ଟ ୧୦ ଏକର ଜମି ରେ ଏବେ କାଗଜ ପତ୍ର ପାଇଁ ତହସିଲ ରେ ରହିଛି।ତେବେ ଉକ୍ତ ମହାବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ନୂତନ ଗୃହ ଓ ଉନ୍ନତି ପାଇଁ ୨୦ କୋଟି ଟଙ୍କା ଅନୁମୋଦନ ହୋଇଚି। ହେଲେ ବୃହତ୍ ପ୍ରକଳ୍ପ ରେ ଜାଗା ଅଭାବ ରହିଥିବାରୁ ମହାବିଦ୍ୟାଳୟ ପରିସର ରେ ଥିବା କିଛି ଗଛ କାଟିବାକୁ ନିଷ୍ପତି ହୋଇଥିଲା। ତେବେ ସରକାରି ନିୟମ ରେ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ଆଣି ଗଛ କଟା ଯାଇଥିଲା। ତେବେ ଏହି ଗଛକଟା ନେଇ ସ୍ଥାନୀୟ ଅଂଚଳ ରେ ବିରୋଧ ହୋଇ ଥିଲା। ନିହାତି ଗଛ କଟାଯିବା ଏକ ଦୁଃଖ ଦାୟକ ଘଟଣା ହେଲେ ବୃହତ୍ କାର୍ଯ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ କିଛି ଗଛ କଟା ଯାଇଚି ସେହି ଭରଣା ପାଇଁ ମଧ୍ୟ ଗଛ ଲଗାଇବା ଅଭିଯାନ ରେ ବିଭିନ୍ନ ସ୍ଥାନରେ ଚାରା ରୋପଣ କରା ଯିବ ବୋଲି ମହାବିଦ୍ୟାଳୟ ର ଅଧକ୍ଷ ଅଜୟ କୁମାର ବେଜ ତାଙ୍କ ପ୍ରତିକ୍ରିୟାରେ ରେ କହିଛନ୍ତି। । ତେବେ ଉକ୍ତ ମହାବିଦ୍ୟାଳୟ ରେ ଏମ ବି ସି ସି ଏହି କାମ କରିବ ସେ ନେଇ ବାରମ୍ୱାର ମହା ବିଦ୍ୟାଳୟ ଉପରେ ଚାପ ପକାଇ ସ୍ଥାନ ଯୋଗାଇ ଦେବାକୁ କହିଥିଲେ। ଏହି କାର୍ଯ୍ୟ ପରେ ମହାବିଦ୍ୟାଳୟ ରେ ଏକ ନୂଆ ରୁପରେ ଝଲସିବ ବୋଲି ଅଧ୍ୟକ୍ଷ ଶ୍ରୀ ବେଜ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande