ସମ୍ବଲପୁର, ୦୭ ସେପ୍ଟେମ୍ବର (ହି.ସ.) ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ୧୦ ଜଣଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟଗତ କାରଣ ପାଇଁ ୧ ଲକ୍ଷ ୨୩ ହଜାର ୯୮୫ ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ଟ୍ରଷ୍ଟ ସ°ସ୍ଥାପିକା ଡା.ପାଣିଗ୍ରାହୀଙ୍କ ଉପସ୍ଥିତି ଏବଂ ବରିଷ୍ଠ ସଭ୍ୟା ଡ.ନିରୁପମା ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟ୍ରଷ୍ଟ ବୈଠକରେ ଏହି ସହାୟତାକୁ ମଞ୍ଜୁରୀ ଦିଆଯାଇଛି। ହିତାଧିକାରୀଙ୍କ ମଧ୍ୟରେ ୩ ଜଣଙ୍କୁ ଚଳିତ ଶିକ୍ଷା ବର୍ଷରେ ମାସିକ ସହାୟତା ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଟ୍ରଷ୍ଟ ସମ୍ପାଦକ ସୁଧୀର ପୂଜାରୀଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଚିକିତ୍ସା ପାଇଁ ୪ ଜଣଙ୍କୁ ୪୫ ହଜାର ଟଙ୍କା ଏବଂ ପାଠପଢା ପାଇଁ ୬ ଜଣଙ୍କୁ ୭୮ ହଜାର ୯୮୫ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ବୈଠକର ଆଲୋଚନାରେ କୋଷାଧ୍ୟକ୍ଷ ସ୍ବରୂପ ପୁରୋହିତ,ସଭ୍ୟବୃନ୍ଦ ଦେବାଶିଷ ନନ୍ଦ, ବିପିନ ପଣ୍ଡା ଓ ଶିବ ନନ୍ଦ ଭାଗ ନେଇଥିବାବେଳେ ସ୍ବତନ୍ତ୍ର ନିମନ୍ତ୍ରିତ ଭାବେ ଅବସରପ୍ରାପ୍ତ ଆଇପିଏସ୍ ସଞ୍ଜୀବ ପାଟ୍ଟଯୋଷୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ