ନିଷିଦ୍ଧାଞ୍ଚଳରେ ତମାଖୁ ବ୍ୟବସାୟ; କାମ କରୁନାହିଁ କୋଟପା ଆଇନ୍‌
ଜୟପୁର, ୭ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୁଲମ୍ ଖୁଲ୍ଲା ନକଲି ଗୁଟଖା ବିକ୍ରି ବଢୁଛି। ଫୁସଫୁସ, ହୃଦଘାତ, କର୍କଟ ରୋଗ ବଢୁଛି । ଶିକ୍ଷାନୁଷ୍ଠାନ ହେବ ଗୁଟଖା ମୁକ୍ତ। ବିଦ୍ୟାଳୟ ଠାରୁ ୧ ଶହ ମିଟର ଦୂର ପର୍ଯ୍ୟନ୍ତ କରାଯାଇପାରିବ ନାହିଁ ତମାଖୁ ବିକ୍ରି । ଏଥିଲାଗି ଦଶ ବର
ନିଷିଦ୍ଧାଞ୍ଚଳରେ ତମାଖୁ ବ୍ୟବସାୟ; କାମ କରୁନାହିଁ କୋଟପା ଆଇନ୍‌


ଜୟପୁର, ୭ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୁଲମ୍ ଖୁଲ୍ଲା ନକଲି ଗୁଟଖା ବିକ୍ରି ବଢୁଛି। ଫୁସଫୁସ, ହୃଦଘାତ, କର୍କଟ ରୋଗ ବଢୁଛି । ଶିକ୍ଷାନୁଷ୍ଠାନ ହେବ ଗୁଟଖା ମୁକ୍ତ। ବିଦ୍ୟାଳୟ ଠାରୁ ୧ ଶହ ମିଟର ଦୂର ପର୍ଯ୍ୟନ୍ତ କରାଯାଇପାରିବ ନାହିଁ ତମାଖୁ ବିକ୍ରି । ଏଥିଲାଗି ଦଶ ବର୍ଷ ହେଲା ଲାଗୁ ହୋଇଛି କୋଟପା ଆଇନ । ହେଲେ ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସରକାରୀ କାର୍ଯ୍ୟାଳୟ ନିକଟରେ ବ୍ୟବସାୟୀ ମାନେ ଖୁଲମଖୁଲା ଗୁଟଖା ବିକ୍ରି କରୁଛନ୍ତି । କୋଟପା ଆଇନ କାମ କରୁ ନଥିବା ବେଳେ ନିଷିଦ୍ଧାଞ୍ଚଳକୁ ତମାଖୁ ମୁକ୍ତ କରିବା ଲାଗି ଯେତେ ସବୁ ପ୍ରୟାସ ଫସର ଫାଟୁଛି । କୋରାପୁଟ ଜିଲାର ୧୪ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ବିଦ୍ୟାଳୟ ନିକଟରେ ଛୋଟ ପାନ ଦୋକାନରେ ତମାଖୁ ବିକ୍ରି ହେଉଛି । ଗୁଟଖା କାରଣରୁ ଅନେକ ସ୍ଥାନରେ ଫୁସଫୁସ, ହୃଦଘାତ, ମୁଖ କର୍କଟ ଦେଖିବାକୁ ମିଳୁଛି । ଏହି କାରଣରୁ ଅକାଳରେ ଝରି ପଡୁଛୁ ଅନେକ ମୂଲ୍ୟବାନ ଜୀବନ । ବିଶେଷ କରି ଯୁବପିଢ଼ି ଏହାର

ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏହାର କାରଣ କୋମଳମତି ବୟସରୁ ଗୁଟଖା ସେବନ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ସ୍କୁଲ, କଲେଜ ନିକଟରେ ଅବାଧରେ ତମାଖୁ ବିକ୍ରି ହେଉଛି । ହାତ ପାଆନ୍ତାରେ ଗୁଟଖା ମିଳୁଥିବାରୁ

ପିଲାମାନେ ଏହି ନିଶା କବଳରେ ପଡ଼ି ଯାଉଛନ୍ତି । ଥରେ ଅଭ୍ୟାସ ହୋଇଗଲେ ଛାଡିବା କଷ୍ଟକର ହୋଇପଡୁଛି । ରାଜ୍ୟରେ କୋଟପା, ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲେ ମଧ୍ୟ କୋହଳ କାର୍ଯ୍ୟାନୁଷ୍ଠାନ କାରଣରୁ ନିଷିଦ୍ଧାଞ୍ଚଳ ଗୁଟଖା ମୁକ୍ତ ହୋଇପାରୁ ନାହିଁ । ଅନ୍ୟ ପଟେ ଏହାର ସୁଯୋଗ ନେଇ କୋରାପୁଟ ଜିଲାର ବିଭିନ୍ନ ବଜାର ହେଉ ଅଥବା ଗ୍ରାମାଞ୍ଚଳ ହେଉ ବିଭିନ୍ନ ଚା, କିରାନା ଦୋକାନ ମାନଙ୍କରେ ନକଲି ଗୁଟଖା ଝୁଲା ହୋଇ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । କମ୍ ଦାମ୍ ରେ ମିଳୁଥିବାରୁ ଏହାକୁ ତମାଖୁ ସେବନକାରୀ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ସଚେତନତା ଅଭାବରୁ ଏହା ସେମାନଙ୍କୁ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ଆଡକୁ ଠେଲି ଦେଉଛି । ଏଭଳି ଅବାଧ ଗୁଟଖା ବିକ୍ରି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ଅପରେସନ ପ୍ରହାରକୁ ଜୋରସୋରରେ କାର୍ଯ୍ୟକାରିତା କରାଯିବ ବୋଲି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ଗତ ୩ ତାରିଖରେ ଜୟପୁର ପୋଲସ ଓ ପୌରପାଳିକା ମିଳିତ ଭାବେ ଚଢଉ କରିଥିଲେ । ବେଆଇନ ଭାବେ ତମାଖୁ ରଖିବା ବିକ୍ରୀ କରିବା ଅଭିଯୋଗରେ ଚଢଉ କରିଥିଲେ । ସହର ଭଦ୍ରେୟା ସାହିରେ ୩ଟି ଗୋଦାମରେ ଚଢଉ କରି ୪୫ ଲକ୍ଷ ତମାଖୁ, ଗୁଟୁଖା, ସିଗାରେଟ, ଜବତ କରି ଗୋଦାମ ସିଲ କରାଯାଇଛି । ଆଗାମି ଦିନରେ ମଧ୍ୟ ଚଢଉ ଜୋରସୋର କରାଯିବ ବୋଲି ସୂଚନା ଦେଇଛନ୍ତି । ବିଶେଷ କରି ଯେଉଁମାନେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଠାରୁ ଶହେ ମିଟର ଦୂରରେ ଗୁଟୁଖା ଓ ଧୁମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande