ଜିଲ୍ଲା କୁଲତାସମାଜ ପକ୍ଷରୁ ୨୫ତମ ନୂଆଖାଈ ଭେଟଘାଟ କାର୍ଯ୍ୟକ୍ରମ
ବଲାଙ୍ଗିର, ୭ ସେପ୍ଟେମ୍ବର (ହି.ସ.)- ଆଜି ବଲାଙ୍ଗୀର କାମାକ୍ଷୀ ନଗରଠାରେ ଜିଲ୍ଲା କୁଲତା ସମାଜ ପକ୍ଷରୁ ନୂଆଖାଈ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣେଶ୍ୱର ରାମଚଣ୍ଡିଙ୍କୁ ପୂଜାର୍ଚ୍ଚନା ପରେ ଜିଲ୍ଲା କୁଲତାସମାଜର ସଭାପତି ଶଙ୍କର୍ଷଣ ପଧାନଙ୍କ ସଭାପତିତ୍ୱ ଓ ସହସଂପାଦକ ମଧୁସୂଦନ ସାହୁଙ୍କ ସ
ଜିଲ୍ଲା କୁଲତାସମାଜ ପକ୍ଷରୁ ୨୫ତମ ନୂଆଖାଈ ଭେଟଘାଟ କାର୍ଯ୍ୟକ୍ରମ


ଜିଲ୍ଲା କୁଲତାସମାଜ ପକ୍ଷରୁ ୨୫ତମ ନୂଆଖାଈ ଭେଟଘାଟ କାର୍ଯ୍ୟକ୍ରମ


ବଲାଙ୍ଗିର, ୭ ସେପ୍ଟେମ୍ବର (ହି.ସ.)- ଆଜି ବଲାଙ୍ଗୀର କାମାକ୍ଷୀ ନଗରଠାରେ ଜିଲ୍ଲା କୁଲତା ସମାଜ ପକ୍ଷରୁ ନୂଆଖାଈ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରଣେଶ୍ୱର ରାମଚଣ୍ଡିଙ୍କୁ ପୂଜାର୍ଚ୍ଚନା ପରେ ଜିଲ୍ଲା କୁଲତାସମାଜର ସଭାପତି ଶଙ୍କର୍ଷଣ ପଧାନଙ୍କ ସଭାପତିତ୍ୱ ଓ ସହସଂପାଦକ ମଧୁସୂଦନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ଶାସକଦଳର ଡେପୁଟି ଚିଫହ୍ୱିପ ସରୋଜକୁମାର ପଧାନ, ସମ୍ମାନୀତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡତ୍ୟା, ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ଓ ପୁଇଁତଳା ବ୍ଲକଅଧ୍ୟକ୍ଷ ସରୋଜ ପଧାନ ଯୋଗଦେଇଥିଲେ । ଏହି ଅବସରରେ ଜାତିର ମର୍ଯ୍ୟାଦା ବଢାଇଥିବା ବୌଦ୍ଧ

ବିଧାୟକ ସରୋଜକୁମାର ପଧାନ ଓ ବିଜେପୁର ବିଧାୟକ ସନତ ଗଡତ୍ୟାଙ୍କୁ କୁଲତାସମାଜ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ସଂପାଦକ ଶାନ୍ତାନୁକୁମାର ଭୋଇ ମଞ୍ଚାସୀନ ଥିବା ବେଳେ ଉପଦେଷ୍ଟା ରାହାସବିହାରୀ ମାଝୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉପସଭାପତି ରାଜେନ୍ଦ୍ରପ୍ରସାଦ ସାହୁ, ସଂଗୀତା ମାଝୀଙ୍କ ସମେତ ସମାଜର ହଜାର ସଂଖ୍ୟାରେ ପୁରୁଷ/ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କାମାକ୍ଷୀନଗରରେ ଥିବା ଜିଲ୍ଲା କୁଲତାସମାଜର ଜମିକୁ ନିଜନାମରେ କରାଇ ଖୁବଶୀଘ୍ର ରଣେଶ୍ୱର ରାମଚଣ୍ଡିମନ୍ଦିର ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟଅତିଥି ସରୋଜ କୁମାର ପଧାନ କହିଥିଲେ । ଶେଷରେ କୁଲତା ସମାଜର ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande