କେନ୍ଦୁଝର, ୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଟଗାଁ ବ୍ଲକର ଢେଙ୍କିକୋଟ ଠାରେ ଆଦିବାସୀ କୁଡୁମୀ ସମାଜର ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ କୁଡୁମି ଭାଇ ଭଉଣୀ ମାନେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ସେପ୍େଟମ୍ବର ୨୦ ତାରିଖ ରେ ରେଳରୋକ କିପରି କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଏହି କର୍ମୀ ସମ୍ମିଳନୀ ରେ ଆଦିବାସୀ କୁଡୁମୀ ସମାଜର ରାଜ୍ୟ ସଭାପତି ଦୋଳ ଗୋବିନ୍ଦ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଆଦିବାସୀ କୁଡୁମୀ ସମାଜର କେନ୍ଦ୍ରୀୟ ପ୍ରବକ୍ତା ଶଶୋଧର ମହାନ୍ତ ଯୋଗଦେଇଥିଲେ ଏବଂ ଆଦିବାସୀ କୁଡୁମି ମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ଉପରେ ସରକାର ଦୃଷ୍ଟି ଦେଇ ଯଥାଶୀଘ୍ର ଆଦିବାସୀ କୁଡୁମୀ ସମ୍ପ୍ରଦାୟ କୁ ଅନୁସୂଚିତ ଜନଜାତି ବର୍ଗ ରେ ସାମିଲ କରାଯାଉ ଏବଂ ଜାତିଭିତିକ ଜନଗଣନା କରାଯାଇ ଜାତି କୁଡୁମି ,ଭାଷା କୁଡମାଲି , ଧର୍ମ ପ୍ରକୃତି ପୂଜକ ଲେଖିବା ପାଇଁ ଆଦିବାସୀ କୁଡୁମି ସମ୍ପ୍ରଦାୟ କୁ ଆହ୍ୱାନ କରିଥିଲେ କ୍ଷ ଆଦିବାସୀ କୁଡୁମି ସମେତ ହଳମିତାନ୍ ସଂସ୍କୃତି ର ଜାତି ଗୁଡ଼ିକ ଯଥା -କମାର , କୁମ୍ଭାର,ତନ୍ତୀ, କଇରୀ,ଗୁଆଲା, ଝରା , ଖଣ୍ଡୁଆଲ ଆଦି ସମ୍ପ୍ରଦାୟ ଗୁଡ଼ିକ ଛୋଟ ନାଗପୁର ର ଆଦିମ ଅଧିବାସୀ ଅଟନ୍ତି। ତୁରନ୍ତ ଏମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ କରାଯିବା ସହିତ ଏମାନଙ୍କ ପାଇଁ ଛୋଟନାଗପୁର ଟେନେନସି ଆକ୍ଟ ୧୯୦୮ ରେ ଲାଗୁ ହୋଇଥିଲା। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦର ଗଡ଼ ବାଲେଶ୍ୱର ସମେତ ସମସ୍ତ କୁଡୁମି ବହୁଳ ଇଲାକାରେ ଲାଗୁ କରିବା ପାଇଁ ଦାବି କରିଛନ୍ତି।କୁଡୁମି ସମ୍ପ୍ରଦାୟ କୁ ତଫସିଲ ଭୁକ୍ତ ଆଦିବାସୀ (ଏସଟି) କରିବା ପାଇଁ ବାରମ୍ବାର ଦାବି ହେଇ ଆସୁଥିଲେ ସୁଦ୍ଧା ସ୍ୱାଧୀନତା ର ୭୬ ବର୍ଷ ବିତିଗଲା ପରେ ମଧ୍ୟ ସରକାର କୌଣସି କର୍ଣ୍ଣପାତ ନକରିବାରୁ ସେପ୍େଟମ୍ବର ୨୦ ରେ ନରଣପୁର ରେଳ ଷ୍ଟେସନ ଠାରେ ରେଳରୋକ ପାଇଁ ଯୋଜନା ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି।
ପ୍ରାଥମିକ ଠାରୁ ବିଶ୍ୱବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ରେ କୁଡୁମାଲି ଭାଷା କୁ ଝାଡଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟ ଭଳି ଓଡ଼ିଶା ରେ ମଧ୍ୟ ସାମିଲ କରାଯିବା, ଜମିଜମା ର ସୁରକ୍ଷା ପାଇଁ ଟିକେ ମିଶ୍ର କମିଟି,୨୦୦୬ ର ସୁପାରିଶ କୁ ତୁରନ୍ତ ଲାଗୁ କରାଯିବା ସହିତ ଜଙ୍ଗଲ ଜମି ରେ ଆଦିବାସୀ କୁଡୁମି ଙ୍କୁ ଅଧିକାର ଦେବା ପାଇଁ ଦାବି କରାଯାଇଥିଲା।ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଭରତ ଚନ୍ଦ୍ର ମହାନ୍ତ, ରାମଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ,ଓଡ଼ିଶା କୁଡୁମୀସେନା ଉପ ସଭାପତି ମିତ୍ରଭାନୁ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ମହାନ୍ତ , ରୁକ୍ମଣୀ ମହାନ୍ତ ଶଶିକାନ୍ତ ମହାନ୍ତ,ତପନ ମହାନ୍ତ, ଧନେଶ୍ୱର ମହାନ୍ତ, ନରେନ୍ଦ୍ର ମହାନ୍ତ, ଜଗବନ୍ଧୁ ମହାନ୍ତ, ମିନତି ମହାନ୍ତ, ହୃଷିକେଶ ମହାନ୍ତ, ନବକିଶୋର ମହାନ୍ତ, ଚତୁର୍ଭୁଜ ମହାନ୍ତ , ସୁରେଶ ଚନ୍ଦ୍ର ମହାନ୍ତ, ଅର୍ଜୁନ ମହାନ୍ତ, ଦେଶ ପ୍ରଧାନ କାହ୍ନୁଚରଣ ମହାନ୍ତ ସମେତ ଶହ ଶହ ଆଦିବାସୀ କୁଡୁମୀ ସମ୍ପ୍ରଦାୟର କୁଡୁମି ଭାଇ ଭଉଣୀ ମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA