ନୂଆଁଖାଇ ଜୁହାର ଭେଟ୍‌ ରେ ଶ୍ରମିକ ସୁରକ୍ଷା ଚିନ୍ତା  ବିଷୟ
ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମଙ୍ଗଳ ଭବନଠାରେ ଶ୍ରମିକ ଅଧିକାର ମଞ୍ଚ ପକ୍ଷରୁ ରବିବାର ଜଳ, ଜମି, ଜଙ୍ଗଲ ଏବଂ ଦାଦନ ସମସ୍ୟା ସମ୍ପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆଁଖାଇ ଜୁହାର ଭେଟ୍‌ କାର୍ଯ୍ୟକ୍ରମ ହୋଇଥିଲା। ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ର
ନୂଆଁଖାଇ ଜୁହାର ଭେଟ୍‌ ରେ ଶ୍ରମିକ ସୁରକ୍ଷା ଚିନ୍ତା  ବିଷୟ


ନୂଆଁଖାଇ ଜୁହାର ଭେଟ୍‌ ରେ ଶ୍ରମିକ ସୁରକ୍ଷା ଚିନ୍ତା  ବିଷୟ


ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମଙ୍ଗଳ ଭବନଠାରେ ଶ୍ରମିକ ଅଧିକାର ମଞ୍ଚ ପକ୍ଷରୁ ରବିବାର ଜଳ, ଜମି, ଜଙ୍ଗଲ ଏବଂ ଦାଦନ ସମସ୍ୟା ସମ୍ପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆଁଖାଇ ଜୁହାର ଭେଟ୍‌ କାର୍ଯ୍ୟକ୍ରମ ହୋଇଥିଲା।

ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ସଭାପତିତ୍ୱରେ ଶ୍ରମିକ ଅଧିକାର ମଞ୍ଚ ସଭାପତି ତ୍ରିଲୋଚନ ପୁଞ୍ଜିଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଗବେଷଣା ଚକ୍ରର ପୂର୍ବତନ ସଭାପତି ପ୍ରଫେସର ବିଜୟ ବହିଦାର ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ବୀରେନ୍ଦ୍ର କୁମାର ଝାଙ୍କର, ସମାଜକର୍ମୀ ବାଳକୃଷ୍ଣ ଷାଣ୍ଢ, ସହକାରୀ ଶ୍ରମ ଅଧିକାରୀ ଅଭୟ କୁମାର ମହାକୁଡ଼, ଜୟନ୍ତୀ ମାଝି, ମାଳତୀ ମାଝି, ଲୋଚନ ବରିହା, ଠାକୁର ଦାସ ମହାନନ୍ଦ ଓ ଗଙ୍ଗାଧର ମାଝି ପ୍ରମୁଖ ମଞ୍ଚାସୀନ ଥିଲେ।

ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରିବା ଦିଗରେ ସରକାର ଠୋସ୍‌ ପଦକ୍ଷେପ ନେବାକୁ ସମ୍ମିଳନୀରେ ମତପ୍ରକାଶ ପାଇଥିଲା। ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ଶ୍ରମିକ ଅଧିକାର ସାବ୍ୟସ୍ତ ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ। ଶେଷରେ ଲୋଚନ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande