ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.)- କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ କବାଟ ବନ୍ଦ ନିକଟରେ ଥିବା ସରକାରୀ ଜାଗାରେ ଏକ ଆମିଷ ବଜାର ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଛି । ଏହି ସ୍ଥାନ ନିରୂପଣ ଦ୍ବାରା ସବୁ ଆମିଷ ଦ୍ରବ୍ୟ ଯେପରିକି ମାଛ/ଚିଙ୍ଗୁଡ଼ି, କୁକୁଡ଼ା ମାଂସ ଓ ଛେଳି ମା°ସ ଭଳି ଆମିଷ ଦ୍ରବ୍ୟ ଆଉ ଏଠି ସେଠି, ଜନଗହଳି ସ୍ଥାନ ଏବଂ ବସ୍ତି ଅଞ୍ଚଳ ଠାରେ ନରହି ଟିକିଏ ଦୂରରେ ଥିବା ସରକାରୀ ଜାଗାରେ ଆମିଷ ବଜାର ପକାଇ ପାରିବେ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମାଝୀ କହିଛନ୍ତି । ଏହାଦ୍ବାରା ନିଶ୍ଚିତ ଭାବେ ନିରାମିଷ ଓ ପଶୁପ୍ରେମୀ ବ୍ୟକ୍ତିଙ୍କୁ ଟିକିଏ ମାନସିକ ସ୍ତରରେ ଆଶ୍ୱସ୍ତି ମିଳିବା ସହିତ ବସ୍ତି ଅଞ୍ଚଳରେ ଆମିଷ ଦ୍ରବ୍ୟର ଅବଶେଷ ଦ୍ୱାରା ହେଉଥିବା ପୁତ୍ତିଗନ୍ଧମୟ ପରିବେଶରୁ ବର୍ତ୍ତୀ ପାରିବେ ।
ସରପଞ୍ଚ ଶ୍ରୀ ମାଢୀ କହିଛନ୍ତି ଯେ, ସେ ଯୁଦ୍ଧକାଳୀନ ଭିତ୍ତିରେ ଆମିଷ ବଜାର ସ୍ଥାପନ ପାଇଁ ପ୍ରାଥମିକତା ଦେବେ ସେଠାରେ ୮ ଗୋଟି ମାର୍କେଟ ସେଡ୍ ନିର୍ମାଣ ସହ ଉକ୍ତ ସ୍ଥାନରେ ବିଜୁଳି ଓ ପାଣି ସ°ଯୋଗ ପାଇଁ ସ°ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ