କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ମହାକାଳପଡା ବ୍ଲକ ଅନ୍ତର୍ଗତ ଚଣ୍ଡିପଲ୍ଲୀ ୟୁଜି ସ୍କୁଲ ପ୍ରାଙ୍ଗଣରେ ସେପ୍ଟେମ୍ବର ୫ ଅବସରରେ ଆୟୋଜିତ ଗୁରୁ ପୂଜକ ସମ୍ବର୍ନ୍ଧନା ଉତ୍ସବରେ ମହାକାଳପଡା ବିକାଶ ମଂଚ ପୁଜ୍ୟ ପୁଜା ପରମ୍ପରାକୁ ସମ୍ମାନ ଜଣାଇ ମହାକାଳପଡା ବ୍ଲକ ଶ୍ରେଷ୍ଠ ଆଦର୍ଶ ଅବସର ପ୍ରାପ୍ତ ଶିକ୍ଷକ ତଥା ସାମାଜିକ ସେବୀ ଓ ଦକ୍ଷ ସଂଗଠକ ଅଶୋକ କୁମାର ମହାପ୍ରାତ(ଚମ୍ପେକଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ) ଗଡରୋମିତଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିୟ କରାଯାଉଛି । ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ, ସ୍ଥାନୀୟ ବିଧାୟକ ଡ. ଦୂର୍ଗାପ୍ରସନ୍ନ ନାୟକ ମୁଖ୍ୟବକ୍ତା ଭାବେ, ବ୍ଲକ ଅଧ୍ୟକ୍ଷ ମୀରରାଣୀ ମହାନ୍ତି, ଉପଜିଲ୍ଲାପାଳ ନବକୃଷ୍ଣ ଜେନା ଓ ରବୀନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ । ମହାକାଳପଡା ବିକାଶ ମଂଚର ସଭାପତି ତଥା ପରିବେଶବିତ୍ କାଶୀନାଥ ରାଉତରାୟ, ସମ୍ପାଦକ ଓ ଶିକ୍ଷାବିତ୍, ଭାଗିରତୀ ନନ୍ଦ ସମେତ ରମେଶ ଚନ୍ଦ୍ର ସ୍ୱାଇଁ, ନିରଞ୍ଜନ ଓଝା, ଲିପୁ ମହାପାତ୍ର ପ୍ରଭୃତି ମୁଖ୍ୟ ଅତିଥିଙ୍କ କରକମଳରେ ଶ୍ରୀ ମହାପାତ୍ରଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାବ୍ୟତୀତ ବିଇଓ ମହାକାଳପଡା କୈଳାଶ ଚନ୍ଦ୍ର ଦଳାଇ, ମାର୍ଶାଘାଇ ବିଇଓ ମନୋରଞ୍ଜନ ସେଠୀ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ପୂର୍ବତନ ସଭାପତି କିଶୋର ପଣ୍ଡା, ସରୋଜ ସାହୁ , ସଞ୍ଜୟ ରଥ ସହିତ ପୂଜ୍ୟପୂଜା ସମିତିର ସମ୍ପାଦକ ରମେଶ ସାହାଣୀ, ସଭାପତି ଅଶୋକ କୁମାର ମହାପାତ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୀୟ କୁମାର ଚୌଧୁରୀ, ସରୋଜ ପାଇଟାଳ ମଂଚାସୀନ ସହିତ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି