ହଷ୍ଟେଲ ଭିତରେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତ ଦେହ ଉଦ୍ଧାର: କଣ୍ଟାବାଞ୍ଜି ପୁଲିସ ର ତଦନ୍ତ ଆରମ୍ଭ
ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଳ ଗାଁ''ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଭିତରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି କିଛି ଜଣ ଛ
ହଷ୍ଟେଲ ଭିତରେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତ ଦେହ ଉଦ୍ଧାର: କଣ୍ଟାବାଞ୍ଜି ପୁଲିସ ର ତଦନ୍ତ ଆରମ୍ଭ


ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଳ ଗାଁ'ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଭିତରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି କିଛି ଜଣ ଛାତ୍ରଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ନଥିବାରୁ ସ୍କୁଲ ଯାଇ ନଥିଲେ, ସେହି ଛାତ୍ର ମାନଙ୍କ ମଧ୍ୟରୁ ଜଣେ ଛାତ୍ର ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ଯା କରିଥିବା ସୂଚନା ଦେଇଥିଲେ ହଷ୍ଟେଲ ଦାୟିତ୍ଵରେ ଥିବା ସୁରେଶ ବେହେରା। କିନ୍ତୁ କେଉଁ କାରଣରୁ ଆତ୍ମହତ୍ୟା କଲେ ଛାତ୍ର ଜଣକ ତାହା ସ୍ପଷ୍ଟ ରୂପେ ଜଣା ପଡ଼ି ନାହିଁ । ସେପଟେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି, ବଲାଙ୍ଗିର ଫୋରେନସିକ ଦଳକୁ ଡ଼ାକି ତଦନ୍ତ ଆରମ୍ଭ କରିଛି, ହଷ୍ଟେଲରେ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କର୍ମଚାରୀ ମାନଙ୍କୁ ନିଯୁକ୍ତ କରାଯାଇଛି, ତାହାରି ଭିତରେ ମଧ୍ଯ ଛାତ୍ରଛାତ୍ରୀ ସୁରକ୍ଷିତ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ସେମାନେ ନିଜ ନିଜର ପିଲା ମାନଙ୍କୁ ନେଇଯିବା ପାଇଁ ହଷ୍ଟେଲକୁ ପହଞ୍ଚି ଯାଇଛନ୍ତି, ଏତେ କର୍ମଚାରୀଙ୍କ ଉପସ୍ଥିତିରେ ଯଦି ଜଣେ ଛାତ୍ର ଆତ୍ମହତ୍ୟା କରିପାରୁଛନ୍ତି ତେବେ ଏହି କର୍ମଚାରୀଙ୍କ ଆବଶ୍ଯକତା କଣ ପାଇଁ ରହିଛି ବୋଲି ପ୍ରଶ୍ନ ଉଠିଛି ।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହିଆଁଲ ଗାଁ'ରେ ଥିବା ୩୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା ଛାତ୍ର ନିବାସରେ ଜଣେ ନବମ ଶ୍ରେଣୀର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ମିଳିଥିବା ବେଳେ, ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ନବନ ଶ୍ରେଣୀର ଛାତ୍ର ଜଣକ ହେଉଛନ୍ତି ଆଦର୍ଶ ସେଠ, ରାଜ୍ୟ ସରକାରଙ୍କ ଅନ୍ଵେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜିର ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ ଛାତ୍ର ଜଣକ ଗାଁ ହେଉଛି ବେଲପଡ଼ା ସଦର ବ୍ଳକ ତଳପଡ଼ାର ବିଧବା ମହିଳା ପାର୍ବତୀ ସେଠଙ୍କ ପୁଅ ଆଦର୍ଶ ସେଠ ବୋଲି ଯାହା ଜଣାପଡ଼ିଛି । ପରିବାର ଲୋକେ ପହଞ୍ଚିଥିବା ବେଳେ, ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲେ, ହଷ୍ଟେଲ ଭିତରକୁ ପରିବାର ଛଡ଼ା ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଗଲା ନାହିଁ । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ମାନଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ଦେଖି ଉପଖଣ୍ଡଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ପ୍ରତିକ୍ରିୟା ଦେବାକୁ ରାଜି ହୋଇଥିଲେ। କଣ୍ଟାବାଞ୍ଜି ଏସଡ଼ିପିଓ ଶ୍ରୀ ମାରାଣ୍ଡି ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଭାବେ ନ କହି କେବଳ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ, ଯାହା ହତ୍ୟା ବୋଲି ଚାପି ଦେବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ପରିବାର ଲୋକେ ସନ୍ଦେହ କରି ଅଭିଯୋଗ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande