ଏଚ୍.ଆଇ.ଭି. ସଂକ୍ରମିତଙ୍କ ପାଇଁ ପୋଷଣ ଖାଦ୍ୟକୁ ଗୁରୁତ୍ୱ ଦେଇ ପୋଷଣ ସପ୍ତାହ ପାଳନ
Nutrition Awerness weak for HIV Patients
ଫୋଟ


ଫୋଟ ୨


କନ୍ଧମାଳ, ୭ ସେପ୍ଟେମ୍ବର (ହି.ସ.)- “ମଣିଷ ପାଇଁ ପୋଷଣର ଆବଶ୍ୟକତା ଅତ୍ୟନ୍ତ ଜରୁରୀ” । ମନୁଷ୍ୟ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଶରୀର ପ୍ରତି ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ଯଥେଷ୍ଟ ଅଧିକ । ଏହି ପରିପ୍ରେକ୍ଷିରେ ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ଆୟୋଜନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଗ୍ରାମ୍ୟ ସ୍ତରର କର୍ମଜିବି ମହିଳା ମାନେ କାର୍ଯ୍ୟବ୍ୟସ୍ତତାରେ ରହି ଅଜାଣତରେ ପୋଷଣ ଯୁକ୍ତ ଖାଦ୍ୟ ସେବନକୁ ଅବହେଳା କରୁଥିବା ବେଳେ ବର୍ଷ ୨୦୨୫ ରେ ଥିବା ବିଷୟ “ଭଲ ଜୀବନ ପାଇଁ ଠିକ୍ ଖାଦ୍ୟ ଖାଅ” କୁ ଜନସାଧାରଣଙ୍କୁ ଜଣାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳଙ୍କ ସହାୟତାରେ ମା ଗୃହ କଟ୍ରିଙ୍ଗିଆ, ବାଲନ୍ଦାପଡା ଓ ଟିକାବାଲିଙ୍କ ଦ୍ୱାରା ଫିରିଙ୍ଗିଆ, ଟିକାବାଲି ଓ ଫୁଲବାଣୀ ବ୍ଲକ୍ ରେ ସଚେତନତା ସଭା ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା, ଅଙ୍ଗନୱାଡି କର୍ମୀ, ଗର୍ଭବତୀ, ପ୍ରସୂତୀ ଓ ମହିଳା ମାନେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଟିକାବାଲି ସମନ୍ୱିତ ଶିଶୁ ବିକାଶ ଅଧିକାରି ପାନମଣି ହାନ୍ସଦା ଉପସ୍ଥିତ ରହି ପୋଷଣ ସପ୍ତାହ ପାଳନର ଗୁରୁତ୍ୱ , ୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର , ୬ ମାସ ପରେ ପରିପୂରକ ଖାଦ୍ୟ ଯାହାକି ଶିଶୁକୁ ମାନସିକ, ଶାରିରିକ ଓ ବୌଧିକ କ୍ଷେତ୍ରରେ ଏକସଙ୍ଗରେ ବିକାଶ କରିଥାଏ ବୋଲି କହିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର କାର୍ଯ୍ୟକ୍ରମ ଗୁଡିକରେ ଉପସ୍ଥିତ ରହି ଏଚ୍.ଆଇ.ଭି. ସଂକ୍ରମଣ ବିଷୟରେ ଅବଗତ କରାଇବା ସହିତ କିପରି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି ତାହା ଗୁରୁତ୍ୱ ଦେଇଥିଲେ । ଯାହା ସବୁଜ ପନିପରିବା ସ୍ଥାନୀୟ ଅଂଚଳରେ ମିଳୁଥିବା ପାଚିଲା ଫଳ ଓ ସ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେଇଥିଲେ । ମା ଗୃହରେ ମଧ୍ୟ ମା ମାନେ ଅବସ୍ଥାପିତ ସମୟରେ ଏ ଦିଗରେ ଅଧିକ ସଚେତନତା କରିବା ଆବଶ୍ୟକତା ଅଛି ବୋଲି ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ନିରୁପମା କହଁର ଦାୟିତ୍ୱ ନେଇଥିବା ବେଳେ ମା ଗୃହର ସମସ୍ତ ଏ.ଏନ୍.ଏମ୍. କୋଡିନେଟର ପୁଷ୍ପିତା ସାହୁ, ରାମେସ୍ୱରୀ ଦିଗାଲ, ଗିତାଞଳୀ ମିଖୀ ଓ ମହିଳା ସ୍ୱାସ୍ଥ୍ୟ ସହାୟିକା ସୁନେମିୟା ଦିଗାଲ, ସ୍ନେହଲତା ପ୍ରଧାନ, ସାମନ୍ତି ଦିଗାଲ, ସସ୍ମିତା ବେହେରା, ଗିତାଞଳୀ କହଁର, ମାଣିକ ବେହେରା, ଶିବାନୀ ଜାନୀ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande