ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ)
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିର ଆନୁକୁଲ୍ୟରେ ପଞ୍ଚାୟତ ମହା ବିଦ୍ୟାଳୟ ବେଲପଡା ଠାରେ ରାଜ୍ୟ ସ୍ତରୀୟ ପବିତ୍ର ଗୁରୁ ଦିବସ ଓ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ରଜ୍ଯ ସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରାଜ ନାରାୟଣ ମେହେର, ମୁଖ୍ୟ ବକ୍ତା ବାଗ୍ମୀ ରାଜମଣି ସାହୁ,ସଭାପତି ସୁରେଶ ଚନ୍ଦ୍ର ମେହେର,ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ସଭାପତି ଡ଼ା.ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ଝସକେତନ ଗୁରୁ, ସମ୍ପାଦକ ଡକ୍ଟର ନବକିଶୋର ବେହେରା,ଯୁଗ୍ମ ସମ୍ପାଦକ ଦୁର୍ବାଦଳ ଘିବେଲା,ଛାତ୍ର ପ୍ରତିନିଧି ଡ.ଗୋବର୍ଦ୍ଧନ ନାୟକ ମଞ୍ଚ ମଣ୍ଡନ କରିଥିଲେ । ଦ୍ବିତୀୟ ଅଧିବେଶନର ମୁଖ୍ୟ ଅତିଥି ଡ଼.ଗୋବର୍ଦ୍ଧନ ନାୟକ,ସଭାପତି ଡ଼.ଭବାନୀ ଶଙ୍କର ପଟେଲ, ମୁଖ୍ୟ ବକ୍ତା ସନ୍ଦୀପ କୁମାର କୁଅଁର ଓ ସମ୍ମାନିତ ଅତିଥି କବି ମଧୁସୂଦନ ଦାଶ ତୁଷୁରାର ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କୁ ଚଳିତ ବର୍ଷର ଅନୁଷ୍ଠାନର ମର୍ଯ୍ୟାଦା ଜନକ *ଗୁରୁ ଗୌରବ* ସମ୍ମାନରେ ସମ୍ମାନିତ କରିଥିଲେ । ଡ. ଦାଶ ଏକାଧାରରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଲେଖକ, ବାଗ୍ମୀ, କବି, ଗାଳ୍ପିକ ଓ ନାଟ୍ୟକାର ଭାବେ ସମଗ୍ର ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା । ଏ ଖବର ଶୁଣି ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ