ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲା ପତିତପାବନ ଏକାଡେମୀ ବଲାଙ୍ଗିର ରେ କାର୍ଯ୍ୟରତା ଶିକ୍ଷୟତ୍ରୀ ସସ୍ମିତାରାଣୀ ମିଶ୍ର ଚଳିତ ଥର ରାଜ୍ୟ ର ଶ୍ରେଷ୍ଠ ଶାରିରିକ ଶିକ୍ଷା ଶିକ୍ଷୟତ୍ରୀ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି । ଓଡିଶା ସରକାରଙ୍କ ତରଫରୁ ରାଜ୍ୟ ସ୍ତରୀୟ ଗୁରୁ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଶିକ୍ଷୟତ୍ରୀ ସସ୍ମିତାରାଣୀ ମିଶ୍ରଙ୍କ ଅଦମ୍ୟ ଉଦ୍ୟମ ତଥା ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡା ବିଭାଗରେ ୮ ଜଣ ଛାତ୍ର ଜାତୀୟ ସ୍ତରକୁ ଏବଂ ୧୬ଜଣ ଛାତ୍ରଙ୍କୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଯାଇପାରିଛନ୍ତି । ତାଙ୍କର ଏହି କୃତି ଏବଂ କୀର୍ତ୍ତି ପାଇଁ ଅନେକ ସ୍ତରରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ