ଗାଳ୍ପିକା ଶିକ୍ଷୟତ୍ରୀ ମିନାକ୍ଷୀରାଣୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ଲୋଇସିଂହା ବ୍ଲକ ହରେକୃଷ୍ଣ ମହତାବ ହାଇସ୍କୁଲ ମିନାକ୍ଷୀରାଣୀ ମିଶ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଲାଭ କରିଛନ୍ତି । ଶିକ୍ଷାଦାନରେ ନିଜର ଉଦ୍‌କୃଷ୍ଟତା ପାଇଁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର କାର୍
ଗାଳ୍ପିକା ଶିକ୍ଷୟତ୍ରୀ ମିନାକ୍ଷୀରାଣୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.)ଲୋଇସିଂହା ବ୍ଲକ ହରେକୃଷ୍ଣ ମହତାବ ହାଇସ୍କୁଲ ମିନାକ୍ଷୀରାଣୀ ମିଶ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଲାଭ କରିଛନ୍ତି । ଶିକ୍ଷାଦାନରେ ନିଜର ଉଦ୍‌କୃଷ୍ଟତା ପାଇଁ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ରେ ଶ୍ରୀମତୀ ମିଶ୍ରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିଲେ । ଗଳ୍ପ ରଚନା କ୍ଷେତ୍ରରେ ନିଜର ସ୍ୱାତନ୍ତ୍ର‌୍ୟତା ପାଇଁ ଶ୍ରୀମତୀ ମିଶ୍ର କଥା ନବପ୍ରତିଭା ପୁରସ୍କାର ୨୦୧୫ ରେ ସମ୍ମାନୀତ ହୋଇସାରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande