ବଲାଙ୍ଗିର, 7 ସେପ୍ଟେମ୍ବର (ହି.ସ.) ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ମହୀପୁର ଆଶ୍ରମ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏବିଇଓ ବିପିନ ବାଗ ଛାତ୍ରଛାତ୍ରୀ ମାନଙ୍କ ପଠନ ଦକ୍ଷତା ଅଭିବୃଦ୍ଧି, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିର୍ଦ୍ଧାରିତ ସମୟ ରେ ସ୍କୁଲକୁ ଆସିବ ଓ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ ପରାମର୍ଶ ଦେଇଥିଲେ। ଆର୍ପି ତଥା ପ୍ରଧାନ ଶିକ୍ଷକ ଡ.ହେମନ୍ତ କୁମାର ଦାଶ ବୈଠକ ପରିଚାଳନା କରି ପୂର୍ବ ବୈଠକର ପୁନରାଲୋଚନା, ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବହୁ ଶ୍ରେଣୀ ଶିକ୍ଷାଦାନ ପାଇଁ ପାଠଟୀକା ପ୍ରସ୍ତୁତି, ଶ୍ରେଣୀ ପରିଦର୍ଶନ, ପଞ୍ଚମ ଶ୍ରେଣୀ ଗଣିତ ଶିକ୍ଷାଦାନ (ଗୁଣନୀୟକ ଓ ଗୁଣିତକ) ଓ ନିପୁଣ ଓଡିଶା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ତୁଷୁରା କ୍ଲଷ୍ଟର ଅନ୍ତର୍ଗତ ନଅଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ବଜ ମେହେର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ କ୍ଲଷ୍ଟର ପାଇଁ ଗୌରବ ଆଣି ଦେଇ ଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ବାଗ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ଦୁତିଆ ସେଠ, ମନ୍ଥଥ ରାଜହଂସ, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଗୀତାଞ୍ଜଳି ପ୍ରଧାନ, ସହକାରୀ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ପ୍ରଭାତ କିଶୋର ରାଏ, ସ୍ନେହାଶିଷ ତ୍ରିପାଠୀ ଓ ସହକାରୀ ଶିକ୍ଷୟିତ୍ରୀ ଦୁର୍ଗାମଣି ମହାନନ୍ଦ, ଆକାଂକ୍ଷା ରାଣୀ ଯୋଶୀ, ଲକ୍ଷ୍ମୀ ପ୍ରିୟା କର୍ମକାର, ସ୍ବରୂପା ପାଢୀ ଓ ନିଳୀମା ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶିକ୍ଷକ ପୂରନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ