ବଲାଙ୍ଗିର, ୭ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା,ପଶ୍ଚିମ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସେପ୍ଟେମ୍ବର ୬ ଓ ୭ ତାରିଖ ଦୁଇ ଦିନ ଧରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜ ଛକ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ୧୪ ଟି ସାଂଗଠନିକ ଜିଲ୍ଲାରୁ ପ୍ରାନ୍ତ ଦାୟିତ୍ୱରେ ଥିବା ପ୍ରତିନିଧି ମାନେ ଆସିଥିଲେ ଏବଂ ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ରେ ଶିକ୍ଷା କ୍ଷେତ୍ରରେ ଏବିଭିପିର ଭୂମିକା ଓ ସଂଗଠନ ବୃଦ୍ଧି ଏବଂ ଛାତ୍ର ସଂସଦ ନିର୍ବାଚନ କୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ବେଳେ ପ୍ରତି ବର୍ଷ ରାଜ୍ୟ କାର୍ଯ୍ୟକାରିଣୀରେ ସାମାଜିକ ଓ ଶିକ୍ଷା ବିଷୟକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଥାଏ ।ସେହି ଭଳି ଏହି ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ଶିକ୍ଷା ଓ ସାମାଜିକ ବିଷୟକୁ ନେଇ ଦୁଇଟି ପ୍ରସ୍ତାବ ପାରିତ ହୋଇଯାଇଛି ।
ଶିକ୍ଷା ପ୍ରସ୍ତାବ -
୧ - ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରୀକ୍ଷା ଖାତା ଗୁଡ଼ିକର ପୁନର୍ବାର ମୂଲ୍ୟାଙ୍କନ ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଉ ଏବଂ ଏକ ପୋର୍ଟାଲର ବ୍ୟବସ୍ଥା କରାଯାଉ ।
୨ - ସେଲ୍ଫ ଫାଇନେସିଂ କୋର୍ସ ଏବଂ PPP ମୋଡ଼ ଦ୍ୱାରା ଅତ୍ୟଧିକ ମାତ୍ରା ରେ ଫି ବୃଦ୍ଧି କୁ ରୋକାଯାଉ ଏବଂ ଏକକ ଆଡ଼ମିଶନ ଫି ଲାଗୁ କରାଯାଉ ।
୩ - ଆମ ରାଜ୍ୟରେ ବିଏଡ ସିଟର ଅଭାବ ଦ୍ୱାରା ବର୍ଷକୁ ପ୍ରାୟ 50000 ଛାତ୍ର ଛାତ୍ରୀ ଅନ୍ୟ ରାଜ୍ୟ କୁ ତାଲିମ ନେବାକୁ ଯାଉଛନ୍ତି । ବିଏଡ୍ ସିଟ ସଂଖ୍ୟା ବୃଦ୍ଧି କରନ୍ତୁ ରାଜ୍ୟ ସରକାର ।
୪ - ଜନଜାତି ଛାତ୍ର ଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଓଡ଼ିଶାର ପଶ୍ଚିମ ଭାଗରେ ଜନଜାତି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ ।
୫ - ଶକ୍ତିଶ୍ରୀ ଆପ୍ ଜରିଆରେ ଛାତ୍ରୀମାନେ ତାଙ୍କ ଅଭିଯୋଗ ଅନଲାଇନ ପୋର୍ଟାଲରେ ସିଧା ସଳଖ ଦାଖଲ କରିବାର ପ୍ରକ୍ରିୟା ବର୍ଷସାରା ଚାଲୁ ।
୬ - ରାଜ୍ୟ ସରକାର ତୁରନ୍ତ ସମସ୍ତ ବିଶ୍ଵବିଦ୍ୟାଳୟ/ ମହାବିଦ୍ୟାଳୟ/କଲେଜ ଜମିକୁ କଲେଜ ନାମରେ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ଏବଂ ଏବଂ ସୁନିଶ୍ଚିତ କରନ୍ତି ଯେମିତି କ୍ୟାମ୍ପସ ଭିତରେ ପ୍ରାଇଭେଟ୍ ଜମି ନ ରହୁ।
୬ - ସରକାରଙ୍କ ନିଷ୍ପତି କ୍ରମେ ନୂଆ ନିୟମ ଅନୁସାରେ ସମସ୍ତ ମହାବିଦ୍ୟାଳୟ / ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ / ବିଦ୍ୟାଳୟ ମାନଙ୍କର ପରିଚାଳନା କମିଟି ଗଭର୍ଣ୍ଣି ବଡି ଯଥା ଶୀଘ୍ର ଗଠନ କରିବା ସୁନିଶ୍ଚିତ କରନ୍ତୁ ରାଜ୍ୟ ସରକାର।
୮ - ବିଶ୍ଵବିଦ୍ୟାଳୟରେ ଅଣଛାତ୍ର ମାନଙ୍କର ପ୍ରବେଶ ଏବଂ ଛାତ୍ର ବାସ ରେ ସ୍ଥାୟୀ ଭାବରେ ରହିବା କୁ ନିଷେଧ କରିବା ପାଇଁ ଯଥା ଶୀଘ୍ର ପଦକ୍ଷେପ ନିଅନ୍ତୁ ।
୯ - ଶିକ୍ଷାନୁଷ୍ଠାନର ୨୦୦ ମିଟର ପର୍ଯ୍ୟନ୍ତ ନିଶାମୁକ୍ତ ଅଂଚଳ ଘୋଷଣା କରିବା ସହ ଯେପରି ଶିକ୍ଷାନୁଷ୍ଠାନ ଭିତରେ ଯେମିତି ନିଶା ଦ୍ରବ୍ୟ ବିକ୍ରି ନହଉ ସେଥିପ୍ରତି ରାଜ୍ୟ ସରକାର କଠୋର ନିୟମ ପ୍ରଣୟନ କରିବା ସହ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର ।
ସାମାଜିକ ପ୍ରସ୍ତାବ -
୧. କୃଷିରେ କୀଟନାଶକ ଓ ରାସାୟନିକ ସାର ପ୍ରଭାବରୁ ଚାଷୀଙ୍କୁ କ୍ୟାନ୍ସର-କିଡନୀ ରୋଗ; ସରକାର ତୁରନ୍ତ ସ୍ୱାସ୍ଥ୍ୟ ସେବା ଦିଅନ୍ତୁ।
୨. ଶୀତଳଭଣ୍ଡାର ବନ୍ଦ ହେବାରୁ ପନିପରିବା ନଷ୍ଟ ଓ ଚାଷୀ ଆତ୍ମହତ୍ୟା; ପ୍ରତି ବ୍ଲକରେ ନୂଆ ଶୀତଳଭଣ୍ଡାର ଦରକାର।
୩. ବର୍ଷା ଓ ନଦୀଜଳ ସଂରକ୍ଷଣ ମାଧ୍ୟମରେ ଜଳସେଚନ ର ବ୍ୟବସ୍ଥା ସହିତ କୃଷିକ୍ଷେତ୍ର ରେ ବରୱେଲ ଉପରେ ନିର୍ଭରତା କମାନ୍ତୁ ।
୪. ପର୍ଯ୍ୟଟନ ସ୍ଥଳୀର ପ୍ରଚାର ଓ ବିକାଶ ଅଭାବରୁ ନ୍ୟୁନ ପର୍ଯ୍ୟଟକ; ଯାତାୟାତ ଓ ବ୍ୟବସ୍ଥା ସୁଧାରନ୍ତୁ।
୫. ଡାକ୍ତର-କର୍ମଚାରୀ ଅଭାବ ରେ ଚିକିତ୍ସା ସେବା ପ୍ରଭାବିତ; ଖାଲି ପଦବୀ ପୂରଣ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଆଧୁନିକୀକରଣ ଉପରେ ଗୁରୁତ୍ତ୍ଵ ଦିଆଯାଉ।
୬. ଝାରସୁଗୁଡ଼ା-ବରଗଡ଼ ଭଳି ଶିଳ୍ପାଞ୍ଚଳ ରେ ବେକାରୀ ସମସ୍ୟା; ବନ୍ଦ କଳକାରଖାନା ପୁନଃରୁଦ୍ଧାର ଓ ନୂଆ ଶିଳ୍ପର ପ୍ରତିଷ୍ଠା କରାଯିବ ଆବଶ୍ୟକ।
୭. ମହିଳା ହିଂସା ଏବଂ ଅସଦାଚରଣ ବିରୋଧରେ ଦୃଢ଼ ନୀତି ଓ ଦଣ୍ଡ ଆବଶ୍ୟକ; ସମସ୍ତ ଜିଲ୍ଲାରେ ମହିଳା ଓ ସାଇବର ଥାନା ସ୍ଥାପନ କରନ୍ତୁ।
୮. ସାମାଜିକ ସମରସତା ଅଭାବରୁ ଘୃଣା ଓ ଧର୍ମାନ୍ତରଣ ବୃଦ୍ଧି; ଜାଗରଣ ଓ ମୂଲ୍ୟବୋଧ ଆଧାରିତ କାର୍ଯ୍ୟକ୍ରମ ଆବଶ୍ୟକ।
୯. ଯୁବପିଢ଼ି ମଧ୍ୟରେ ଡ୍ରଗ୍ସ ବ୍ୟବହାର ଚିନ୍ତାଜନକ; ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ।
ପ୍ରେସ ମିଟ ରେ ଉପସ୍ଥିତ ଥିଲେ ସ୍ୱେତଂଶୁ ଶେଖର ବରାଇ - ରାଜ୍ୟ ସମ୍ପାଦକ ବିଜୟ କଲତା - ପ୍ରାନ୍ତ ମିଡିଆ ସଂଯୋଜକ ମଞ୍ଜିତ କର୍ମୀ - ପ୍ରାନ୍ତ CDD ସଂଯୋଜକ ପ୍ରୀତିମୟୀ ନାଏକ - ବିଭାଗ ଛାତ୍ରୀ ପ୍ରମୁଖ ତେଜରାଜ ସାହୁ - ନଗର ସମ୍ପାଦକ ମଞ୍ଚାସିନ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ