ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବରେ ଶିକ୍ଷୟିତ୍ରୀ ସମ୍ମାନିତ
ଚମ୍ପୁଆ, ୭ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି । ପବିତ୍
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବରେ ଶିକ୍ଷୟିତ୍ରୀ ସମ୍ମାନିତ


ଚମ୍ପୁଆ, ୭ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ପ୍ରୀତି ସମ୍ପର୍ଣ୍ଣା ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି । ପବିତ୍ର ଗୁରୁଦିବସ ଅବସର ରେ କେନ୍ଦୁଝର ସ୍ଥିତ ପିଏମଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ଯୋଗ ଦେଇ ତାଙ୍କୁ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରିଥିଲେ । ପ୍ରିତୀ ସମ୍ପର୍ଣ୍ଣା ଚମ୍ପୁଆ ର ପ୍ରତିଷ୍ଠିତ ବ୍ୟବସାୟୀ ଯୋଗେନ୍ଦ୍ର ସାହୁ ଙ୍କ ନାତୁଣୀ ଅଟନ୍ତି । ସେ ବର୍ତମାନ ଘଟଗାଁ ବ୍ଲକ୍ ର ଅମ୍ବିକା ଉଚ୍ଚ ବିଦ୍ୟାଳୟ , ପଣ୍ଡାପଡ଼ା ରେ ଗଣିତ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ ଅଛନ୍ତି । ଏ ନେଇ ତାଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଙ୍ଗଠନ ମାନେ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande