କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ପୁରୁଣା ବସଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଇନ୍ଦୁ ପୂର୍ଣ୍ଣିମା ଦିନ ମା ଙ୍କର ମାଟି ଅନୁକୂଳ ହୋଇଥାଏ। କାଳୀ ମନ୍ଦିର ନିକଟ ଗୋବରୀ ନଦୀ ପଠାରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ କରାଯାଇଛି । ଦୀର୍ଘ ୯୯ ବର୍ଷ ହେଲା ପରମ୍ପରା ଅନୁଯାଇ ଏହି ମାଟି ଅନୁକୂଳ କାର୍ଯ୍ୟ ଇନ୍ଦୁପୂର୍ଣ୍ଣିମା ଦିନ କରାଯାଏ । ଏହି ମାଟି ଅନୁକୂଳ ସମୟରେ ସଭାପତି ଯୁଗଳ ବେହେରା, ସମ୍ପାଦକ ବିଶ୍ୱ ରଂଜନ ସିଂହ, ପୂଜା କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହି ମାଟି ଅନୁକୂଳରେ ଭାଗ ନେଇଥିଲେ। ପ୍ରକାଶ ଥାଉକି ଅକ୍ଟୋବର ମାସ ୬ ତାରିଖରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି