ପୁରୀ , 7 ସେପ୍ଟେମ୍ବର (ହି.ସ.)
ଲୁପ୍ତ ପ୍ରାୟ ଗୁରୁ ଶିଷ୍ୟ ପରମ୍ପରାକୁ ମନେ ପକାଇ ସାମଗ୍ରିକ ଶୈକ୍ଷିକ ବିକାଶ ଲକ୍ଷ୍ୟରେ ଭାରତ ବିକାଶ ପରିଷଦ ପକ୍ଷ ରୁ ଗୁରୁବନ୍ଦନ ,ଛାତ୍ର ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶରଧାବାଲି ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପରିଷଦର ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଲଗନ ବେହେରାଙ୍କୁ ଅଭିନନ୍ଦନ ଫଳକ ପ୍ରଦାନ କରାଯାଇଥିଲା । ପରିଷଦର ମହିଳା ସହଭାଗିତା କ୍ଷେତ୍ରୀୟ ମୁଖ୍ୟ ସୁପ୍ରୀତି ରଥ, ପ୍ରାନ୍ତୀୟ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ଶାଖା ଅଧ୍ୟକ୍ଷ ଡଃ ନାରାୟଣ ଚନ୍ଦ୍ର ଦାଶ, ଅର୍ଥ ସଚିବ ହର ପ୍ରସାଦ ମହାପାତ୍ର,ସଂସ୍କାର ମୁଖ୍ୟ ବୁଦ୍ଧଦେବ ମହାପାତ୍ର, ରାଜେଶ୍ବର ମହାରଣା,ପଦ୍ମନାଭ ପଣ୍ଡା, ହରିହର ତ୍ରିପାଠୀ, ଲାଲା ଅନନ୍ତ କୁମାର ସିଂହ,ଜୟନ୍ତୀ ମହାପାତ୍ର,ନଳିନୀ ଦେବୀ,ସୋନାଲି ମହାପାତ୍ର,ସ୍ନେହପ୍ରଭା ଦାଶ,ମମତା ପାତ୍ରଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲୋପାମୁଦ୍ରା କର, କଳ୍ପନା ଦାଶ, ପ୍ରତୀକ୍ଷା ଦେବୀ ଓ ଲକ୍ଷ୍ମୀକାନ୍ତ ମହାରଣା ପ୍ରମୁଖ ଯୋଗଦେଇ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ