ବଲାଙ୍ଗୀର ଫଟକା ବ୍ୟବସାୟୀ ସଂଘର ବୈଠକ
ବଲାଙ୍ଗୀର, ୦୭ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଫଟକା ବ୍ୟବସାୟୀ ସଂଘର ଏକ ଜରୁରୀକାଳୀନ ବୈଠକ ବରପାଲିପଡ଼ା ମାନସୀ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଫଟକା କେମିତି ସୁରୁଖୁରୁରେ ବିକ୍ରି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶାସନର ସବୁ ନିୟମକୁ ମାନି କାର୍ଯ୍ୟ କଲେ ମଧ୍ୟ ଫଟକା ବ
ବଲାଙ୍ଗିର ଫଟକା ବ୍ୟବସାୟୀ ସଂଘ ର ବୈଠକ


ବଲାଙ୍ଗୀର, ୦୭ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଫଟକା ବ୍ୟବସାୟୀ ସଂଘର ଏକ ଜରୁରୀକାଳୀନ ବୈଠକ ବରପାଲିପଡ଼ା ମାନସୀ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଫଟକା କେମିତି ସୁରୁଖୁରୁରେ ବିକ୍ରି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶାସନର ସବୁ ନିୟମକୁ ମାନି କାର୍ଯ୍ୟ କଲେ ମଧ୍ୟ ଫଟକା ବ୍ୟବସାୟୀମାନଙ୍କୁ ଏଯାବତ୍ ଭଲ ଜାଗା ଖଣ୍ଡେ ଦିଆଯାଇ ନାହିଁ। ଏଥିପାଇଁ ଫଟକା ବ୍ୟବସାୟୀ ସଂଘ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି। ଆଜି ସର୍ବସମ୍ମତିକ୍ରମେ ସଭାପତି ରୂପେ ସୌମ୍ୟରଞ୍ଜନ ପଣ୍ଡା, ଉପସଭାପତି ଅରୁଣ ରାଉତ, ସଂପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ଏବଂ କୋଷାଧ୍ୟକ୍ଷ ରାମ ଗୋପାଳ ନାଥ ଚୟନ କରାଯାଇଥିଲା। ବୈଠକରେ ସଂଗ୍ରାମ, ପ୍ରେମ, ବିଦେଶୀ, ପଂଚା, ସତ୍ୟମ, ଟୁଲୁ, ନେପାଲ, ଅଜିତ, ବବଲୁ, ନୀତେଶ, ନାରାୟଣ, ବଂଟି ମିଶ୍ର ପ୍ରମୁଖ ସମସ୍ତ ଫଟକା ବ୍ୟବସାୟି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande