ବରିଷ୍ଠ ଓକିଲ ସ୍ୱର୍ଗତଃ ବସନ୍ତ କୁମାର ପତିଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାର ବରିଷ୍ଟ ଆଇନଜୀବୀ ସ୍ୱର୍ଗତଃ ବସନ୍ତ କୁମାର ପତିଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ସହରର ମହୀପାଳ ସ୍ଥିତ ବାସ ଭବନରେ ପାଳିତ ହୋଇଛି। ଏହି ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ କେନ୍ଦ୍ରାପଡ଼ା ବହୁ ଆଇନଜୀବୀମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ମା
ବରିଷ୍ଠ ଓକିଲ ସ୍ୱର୍ଗତଃ ବସନ୍ତ କୁମାର ପତିଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ


କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ାର ବରିଷ୍ଟ ଆଇନଜୀବୀ ସ୍ୱର୍ଗତଃ ବସନ୍ତ କୁମାର ପତିଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ସହରର ମହୀପାଳ ସ୍ଥିତ ବାସ ଭବନରେ ପାଳିତ ହୋଇଛି। ଏହି ଶ୍ରାଦ୍ଧୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଓ କେନ୍ଦ୍ରାପଡ଼ା ବହୁ ଆଇନଜୀବୀମାନେ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସେମାନେ କହିଥିଲେ ଯେ ସ୍ୱର୍ଗତ ପତି ପିଲାଦିନରୁ ତାଙ୍କ ବାପା ମା’ଙ୍କୁ ହରାଇ ନିଜ ଗୋଡରେ ନିଜେ ଛିଡା ହୋଇ ବିଶିଷ୍ଟ ଆଇଜୀବୀ ହୋଇ ଦୁଖି ଦରିଦ୍ରମାନଙ୍କର ବହୁ ମାମଲା ମାଗଣାରେ ଲଢି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଏଥିସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଆଇନଜୀବୀ ସୃଷ୍ଟି କରିଛନ୍ତି । ସେ ଜଣେ ଆଦର୍ଶ, ପରାଉପକାରୀ ବ୍ୟକ୍ତି ଥିଲେ। ପ୍ରତିବର୍ଷ ତାଙ୍କ ଉଦେଶ୍ୟରେ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କାରାଯାଉଛି। ଏଥିସହିତ ସ୍ୱର୍ଗତ ପତିଙ୍କୁ ୨୦୦୩ ଏପ୍ରିଲ ମାସରେ ଆୟୋଜିତ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘର ଶତବାର୍ଷିକୀ ଉତ୍ସବରେ ୧୯୬୧ ମସିହାରୁ ତଦବଧି ସ୍ୱଚ୍ଛ ଆଇନ ସେବା ଓ ସାମାଜିକ ଉତର ଦାୟିତ୍ୱ ପାଇଁ ତତ୍କାଳୀନ ଆଇନମନ୍ତ୍ରୀ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିର୍ତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ। ସ୍ୱର୍ଗତ ପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବାର ତରଫରୁ ପ୍ରତିବର୍ଷ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ଗୋଟିଏ ଦିନ ନୀତି ପାଇଁ ଅର୍ଥ ପ୍ରଦାନ କରାଯାଇଅଛି । ତାଙ୍କ ବଡ ପୁତ୍ର ତଥା ମୁମ୍ବାଇ ସ୍ଥିତ ଟ୍ୟାସ୍କ ଟ୍ରିବୁନାଲର ଜଜ ଡଃ ଶୁଭେନ୍ଦୁ କୁମାର ପତି, ସାନପୁଅ ହିନ୍ଦୁସ୍ଥାନ ଏରୋନୋଟିକ ଲିଃ ଉପ ଜେନେରାଲ ମ୍ୟାନେଜର ସନ୍ଦିପ କୁମାର ପତି, ଝିଅ ବିଜୟଲକ୍ଷ୍ମୀ ଓ ସୌଭାଗ୍ୟଲକ୍ଷ୍ମୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande