ସକାଳ ଓ ସଂଧ୍ଯାରେ ଚାଲିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ
ପୁରୀ, ୭ ସେପ୍ଟେମ୍ବର (ହି.ସ.)- ସକାଳ ଓ ସଂଧ୍ଯାରେ ଚାଲିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ । ଅଧିକାଂଶ ବୟସ୍କ ବ୍ଯକ୍ତି ସାଗରକୂଳେ ଥିବା ନିଳାଦ୍ରୀ ପାର୍କରେ ଚାଲୁ ଚାଲୁ ସମ୍ପର୍କ ଘନିଷ୍ଠ ହେଲା । ପରେ ପରେ ନିଳାଦ୍ରୀ ଏକ୍ସରସାଇଜ ଗ୍ରୁପ ଗଠନ କରି ସଭ୍ଯ ସଭ୍ଯା ମାନେ ଏକାଠି ହେଲେ । ମୋବାଇଲ ନୁହ
ସକାଳ ଓ ସଂଧ୍ଯାରେ ଚାଲିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ


ପୁରୀ, ୭ ସେପ୍ଟେମ୍ବର (ହି.ସ.)- ସକାଳ ଓ ସଂଧ୍ଯାରେ ଚାଲିବା ଦ୍ବାରା ଶରୀର ଓ ମନ ସୁସ୍ଥ ରହିଥାଏ । ଅଧିକାଂଶ ବୟସ୍କ ବ୍ଯକ୍ତି ସାଗରକୂଳେ ଥିବା ନିଳାଦ୍ରୀ ପାର୍କରେ ଚାଲୁ ଚାଲୁ ସମ୍ପର୍କ ଘନିଷ୍ଠ ହେଲା । ପରେ ପରେ ନିଳାଦ୍ରୀ ଏକ୍ସରସାଇଜ ଗ୍ରୁପ ଗଠନ କରି ସଭ୍ଯ ସଭ୍ଯା ମାନେ ଏକାଠି ହେଲେ । ମୋବାଇଲ ନୁହଁ ସିଧାସଳଖ କଥାବାର୍ତ୍ତା ଓ ଆଳାପ ଯୋଗୁ ସମ୍ପର୍କ ସୁଦୃଢ ହେଲା । ବିଭିନ୍ନ ସମୟରେ ବୈଠକ କରିବା ସହ ଭୋଜିଭାତ କରି ହସଖୁସିରେ ସମ୍ପର୍କ ଅତିବାହିତ କରୁଛନ୍ତି । ଗୁରୁଦିବସ ଦିନ ଗୋପୀନାଥପୁରରେ ଏହି ଗ୍ରୁପରେ ଥିବା ପୂର୍ବତନ ଶିକ୍ଷକ ସହ ବରିଷ୍ଠ ବୟସ୍କ ବ୍ଯକ୍ତିଙ୍କୁ ଫୁଲମାଳ, ଦୀପ ଧୂପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ରସଗୋଲା ଖାଇ ପାଟି ମିଠା କରିଥିଲେ । ମଣିଷ ଏକ ସାମାଜିକ ପ୍ରାଣୀ ହିସାବରେ ଏହି ହସଖୁସିର ମାହୋଲ ଡାକ୍ତରଖାନା ଓ ମୋବାଇଲରେ ମିଳୁନାହିଁ । ନିଜେ ହସିବା ସହ ଅନ୍ଯମାନଙ୍କୁ ହସେଇବା, ନିଜେ ସୁସ୍ଥ ରହିବା ସହ ଅନ୍ଯମାନଙ୍କୁ ସୁସ୍ଥ ରହିବା ପାଇଁ ପରାମର୍ଶ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ରଜବାସି ସାହୁ (ଡୁଙ୍ଗୁଲି ଭାଇ),ବନମାଳି ପଣ୍ଡା (ବନିନା),ରଘୁନାଥ ସାହୁ, ରବିନାରାୟଣ ପଟ୍ଟନାୟକ ସମେତ ୩୦ରୁ ଊର୍ଦ୍ଧ୍ବ ସଭ୍ଯ ସଭ୍ଯା ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande