ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା : ୩ଜଣ କୋର୍ଟ ଚାଲାଣ
ଧର୍ମଶାଳା,୭ସେପ୍ଟେମ୍ବର(ହି.ସ.) : ଶୁକ୍ରବାର ଦିନ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚୟତ ରାଏପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ବୋହୂ ବର୍ଷା(୨୪)ପାରିବାରିକ କଳହକୁ ନେଇ ବେକରେ ଫାଶି ଲଗାଇ ଦେଇଥିଲେ । ତେବେ ଏହି ଘଟଣାକୁ ନ
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା : ୩ଜଣ କୋର୍ଟ ଚାଲାଣ


ଧର୍ମଶାଳା,୭ସେପ୍ଟେମ୍ବର(ହି.ସ.) : ଶୁକ୍ରବାର ଦିନ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚୟତ ରାଏପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ବୋହୂ ବର୍ଷା(୨୪)ପାରିବାରିକ କଳହକୁ ନେଇ ବେକରେ ଫାଶି ଲଗାଇ ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ବାପ ଘର ପକ୍ଷରୁ ଝିଅକୁ ଶାଶୁଘର ଓ ବନ୍ଧୁ ଘର ଲୋକେ ମିଶି ମାରି ଦେଇ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ମୃତା ବର୍ଷାର ବାପା ବ୍ରହ୍ମାନନ୍ଦ ପଣ୍ଡା ବ୍ରହ୍ମବରଦା ଥାନାରେ ଜ୍ୱାଇଁ ସମେତ ମୋଟ ୧୭ଜଣଙ୍କ ନାମରେ ଏତଲା ଦେଇ ଥିଲେ । ତେବେ ବ୍ରହ୍ମବରଦା ଥାନାରେ କେସ୍ ନଂ ୨୧୨ା୨୫ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳ ତଦନ୍ତ କରିବା ସହ ସାଇଁଟିଫିକ୍ ଟିମ୍‌ର ସହାୟତା ନେଇ ଥିଲା । ରାଏପଡାରେ ଧର୍ମଶାଳାର ଅତିରିକ୍ତ ତହସିଲଦାର ଓ ସାଇଁଟିଫିକ୍ ଟିମ ପଂହଚି ତଦନ୍ତ ସାରିବା ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ଥିଲା । ଶବକୁ ଶାଶୁଘର ଲୋକେ ନ ନେବାରୁ ବାପ ଘର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା । ବାପ ଘର ଲୋକେ ଶବକୁ ନେଇ ଶବ ସତ୍କାର କରିଥିବା ଜଣାପଡିଛି । ଏହି ଘଟଣାରେ ଆଜି ପୋଲିସ ଜ୍ୱାଇଁ ଜଗବନ୍ଧୁ ମିଶ୍ର(୪୦),ବଡରାଏପଡା ଗ୍ରାମର ଭଣଜା ବଡ ରାଏପଡା ଗ୍ରାମର ନବୀନ ମିଶ୍ରଙ୍କ ପୁଅ ସ୍ନେହାଶିଷ (୨୬) ଓ ନଣନ୍ଦ ସରସ୍ୱତୀ ମିଶ୍ର ଓରଫ ବେବିନା(୪୫)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଏସ୍‌ଆଇ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତିି ।

ପ୍ରକାଶ ଥାଉକି,ରାଏପଡା ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ପୁଅ ଜଗବନ୍ଧୁ ୮ ବର୍ଷ ପୂର୍ବେ ଢେଙ୍କାନାଳ ଜିଲା ନହଳ ପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମର ବ୍ରହ୍ମବାନନ୍ଦ ପଣ୍ଡାଙ୍କ ଝିଅ ବର୍ଷା((୨୪)କୁ ପ୍ରେମ ବିବାହ କରିଥିଲେ । ଗଲା କିଛି ଦିନ ହେବ ଜଗବନ୍ଧୁ ବହୁ ସମୟରେ ବର୍ଷାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ବର୍ଷା ବାପ ଘର ଲୋକଙ୍କୁ ଜଣାଇବା ପରେ ଉଭୟଙ୍କ ମଧ୍ୟ ଅପୋଷ ସମାଧାନ ହୋଇଥିଲା । ତେବେ ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲେ । ଫଳରେ ଘର ଭିତରେ ବେକରେ ଫାଶି ଲଗାଇ ଦେଇଥିଲେ । ବାପା ବ୍ରହ୍ମାନନ୍ଦ ଝିଅକୁ ଜ୍ୱାଇଁ ଘର ଓ ବନ୍ଧୁ ଘର ଲୋକେ ମାରି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଉଥିବା ଥାନାରେ ଅଭିଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande