ଗଞାମ, ୮ ସେପ୍ଟେମ୍ବର (ହି.ସ.)- ଶେରଗଡ ଵ୍ଳକର ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଉପସ୍ଥିତ ଥିବା ରୋଗୀଙ୍କର ଚିକିତ୍ସା ସହ ସ୍ବାସ୍ଥ୍ୟ ସଚେତନତା ଓ ସ୍ଵାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇଥିଲା। ଶିବିରରେ ଚିକିତ୍ସାଧିକାରୀ ଡାକ୍ତର ମାନସ ରଞ୍ଜନ ଵିଶୋଇ, ଆୟୁଷ ଡାକ୍ତର ଦେଵାଶିଷ ଶତପଥୀ, ଫାର୍ମାସୀ ଅଧିକାରୀ ବସନ୍ତ କୁମାର ସୁବୁଦ୍ଧି ,ଏଲ ଟି ପ୍ରତିଜ୍ଞା ସାହୁ, ଏନ୍ ଜି ଓ ଡାକ୍ତର ହୃଷୀକେଶ ମହାନ୍ତି, ମହିଳା ସ୍ବାସ୍ଥ୍ୟ କର୍ମୀ ସରିତା ପଣ୍ଡା, ହସ୍ପିଟାଲ କର୍ମଚାରୀ ପଞ୍ଚାନନ ଗୈ।ଡ଼, ସ୍ୱାସ୍ଥ୍ୟ କର୍ମୀ ମାନସ ରଞ୍ଜନ ମିଶ୍ର, ଶରତ ପଟ୍ଟନାୟକ, ରୋହିତ କୁମାର ନାୟକ, ଦୟାନିଧି ସାହୁ ଓଵିକ୍ରମପ୍ରଧାନପ୍ରମୁଖ ଶିବିରରେ ଉପସ୍ଥିତ ରହି ରୋଗୀଙ୍କୁ ସେବା ଯୋଗାଇ ଶିବିର ପରିଚାଳନା କରିଥିଲେ।
ଏହି ଅବସରରେ ୩୭୨ଜଣଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ କେଆଈସି କରି ହିତାଧିକାରୀ ମାନଙ୍କୁ ବିତରଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ