ବ୍ୟାଡମିଣ୍ଟନରେ ପୁଣି ଚମକିଲେ ବଲାଙ୍ଗିର ଖେଳାଳୀ : ୯ ବର୍ଷ ବର୍ଗରେ ରାଜ୍ୟ ଚମ୍ପିୟାନ ହେଲେ ଅର୍ଣ୍ଣବ ସାହୁ, ଇଷ୍ଟ ଜୋନ ଚମ୍ପିୟାନ ହେଲେ ଜୟଶ ଅଗ୍ରୱାଲ
ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ମିନି ସବ୍‌ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳି ଅର୍ଣ୍ଣବ ସାହୁ ନିଜ ବୟସ ବର୍ଗ ପୁଣି ଥରେ ଚମ୍ପିୟାନ ହୋଇଛନ୍ତି । ବାଲେଶ୍ୱର ରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା
ବ୍ୟାଡମିଣ୍ଟନରେ ପୁଣି ଚମକିଲେ ବଲାଙ୍ଗିର ଖେଳାଡି ୯ ବର୍ଷ ବର୍ଗରେ ରାଜ୍ୟ ଚମ୍ପିୟାନ ହେଲେ ଅର୍ଣ୍ଣବ ସାହୁ ଇଷ୍ଟ ଜୋନ ଚମ୍ପିୟାନ ହେଲେ ଜୟଶ ଅଗ୍ରୱାଲ


ବ୍ୟାଡମିଣ୍ଟନରେ ପୁଣି ଚମକିଲେ ବଲାଙ୍ଗିର ଖେଳାଡି ୯ ବର୍ଷ ବର୍ଗରେ ରାଜ୍ୟ ଚମ୍ପିୟାନ ହେଲେ ଅର୍ଣ୍ଣବ ସାହୁ ଇଷ୍ଟ ଜୋନ ଚମ୍ପିୟାନ ହେଲେ ଜୟଶ ଅଗ୍ରୱାଲ


ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ମିନି ସବ୍‌ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳି ଅର୍ଣ୍ଣବ ସାହୁ ନିଜ ବୟସ ବର୍ଗ ପୁଣି ଥରେ ଚମ୍ପିୟାନ ହୋଇଛନ୍ତି । ବାଲେଶ୍ୱର ରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ତରଫରୁ ୮ ଜଣ ଖେଳାଳି ପ୍ରତିନିଧିତ୍ୱ କରିଥିଲେ । ୯ ବର୍ଷ ବୟସ ବର୍ଗରେ ବଲାଙ୍ଗିର ଖେଳାଳି ଅର୍ଣ୍ଣବ ନିଜ ପ୍ରତିଦ୍ୱନ୍ଦି ଶ୍ରୀହାନ ପଟ୍ଟନାୟକଙ୍କୁ ୨୧/୫, ୨୧/୧୨ ସିଧାସଳଖ ଦୁଇଟି ସେଟ ରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦୁଇମାସ ତଳେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ମଧ୍ୟ ସେ ରାଜ୍ୟ ଚମ୍ପିୟାନ ହୋଇଥିଲେ । ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଜି.ଗୌତମ, ଆଦ୍ୱେତ ବଳରାଜ କର ନିଜ ନିଜ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ପହଂଚି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବଲାଙ୍ଗିର ଖେଳାଳି ସାଇ ଆୟୁଷ, ଶ୍ରୀହାଂଶ ପତି, ଅରୁଜ ମହାଣା, ସାଇ ଶଙ୍କର ପାଢି, ସମର୍ଥ ପାଢି ମଧ୍ୟ ପ୍ରମୁଖ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲେ । ଠିକ୍ ସେହିପରି ବଲାଙ୍ଗିର ଖେଳାଳି ଜୟଶ ଅଗ୍ରୱାଲ ଝାରଖଣ୍ଡର ଜାମସେଦପୁର ଠାରେ ଆୟୋଜିତ ହୋଇଥିବା ଇଷ୍ଟ ଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ରେ ଜୁନିୟର ବର୍ଗରେ ଓଡିଶା ତରଫରୁ ପ୍ରତିନିଧିତ୍ୱ କରି ମିକ୍ସ ଡବଲ୍ସ ରେ ନିଜର ସାଥୀ ସ୍ୱିଟିପ୍ରୀୟା ପ୍ରଧାନଙ୍କ ସହ ଫାଇନାଲ ରେ ଉତ୍ତରାଖଣ୍ଡ ଖେଳାଳି ଗର୍ବ ସାହାଣି ଓ ଅନ୍ୟା ବିସ୍ତ ଙ୍କୁ ହରାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ବଲାଙ୍ଗିରରେ ବ୍ୟାଡମିଣ୍ଟନ ଖେଳର ମାହୋଲ ଶିର୍ଷରେ ଥିବା ବେଳେ ଏହି ଉଭୟ ଖେଳାଳିଙ୍କ ସଫଳତା ନିଶ୍ଚିତ ଭାବରେ ଅନ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିବ ବୋଲି ଜିଲ୍ଲା ବ୍ୟାଡ ମିଣ୍ଟନ ସଂଘ ସାଧାରଣ ସଂପାଦକ ସୁରୁଲାଲ ମଟାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ପ୍ରତିଯୋଗିତାରେ ବଲାଙ୍ଗିର ଦଳ ତଥା ଏହି ଉଭୟ ଖେଳାଳିଙ୍କ ସଫଳତା ପାଇଁ ସଂଘ ସଭାପତି ଗୋପାଳ ପଣ୍ଡା, ଉପ-ସଭାପତି ଘନଶ୍ୟାମ ମିଶ୍ର, ପବିତ୍ର ବେହେରା, ମାନସ ମହାନ୍ତି, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଖେଳାଳିମାନଙ୍କର ଆଗାମୀ ଦିନରେ ଆହୁରି ଉତ୍ତମ ପ୍ରଦର୍ଶନ ପାଇଁ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande