ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା
ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ରବିବାର ଦିନ ସ୍ଥାନୀୟ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଠାରେ ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଶାଖା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍
ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା


ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା


ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ରବିବାର ଦିନ ସ୍ଥାନୀୟ ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଠାରେ ଭାରତ ବିକାଶ ପରିଷଦ, ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ପରିଷଦର ଶାଖା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶ୍ରୀ ରୀନାକୁମାରୀ ବେ ବେହେରା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ତତ୍ ସହିତ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅରବିନ୍ଦ କୁ.ଓଝାଙ୍କ ସମେତ ପରିଷଦର ପ୍ରଦେଶ ସମ୍ପାଦକ ପ୍ରକାଶ ପଟ୍ଟନାୟକ, ପ୍ରଦେଶ ସଂସ୍କାର ସଚିବ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରଦେଶ ଉପ ସଭାପତି ମହେନ୍ଦ୍ର କୁ. ଅଗ୍ରୱାଲଙ୍କ ପରି ମହାନୁଭବ ଗଣ ସମବେତ ପ୍ରତିଭାଗି ମାନଙ୍କୁ କାର୍ଯ୍ୟକ୍ରମ ଦ୍ବୟର ଆଭିମୁଖ୍ୟ ସମ୍ବନ୍ଧେ ଅବଗତ କରାଇବା ସହ ସମସ୍ତଙ୍କୁ ଦେଶଭକ୍ତି ତଥା ଆମ ଭାରତୀୟ ଶ୍ରେଷ୍ଠ ଜ୍ଞାନ ପରମ୍ପରା ର ମହନୀୟତା ସମ୍ପର୍କରେ ମାର୍ଗଦର୍ଶନ କରି ସଭିଁଙ୍କୁ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ହେତୁ ଶୁଭେଚ୍ଛା ଜଣାଇଥିଲେ।

ବଲାଙ୍ଗିର ଶାଖା ପରିଷଦର ସଂସ୍କାର ସଚିବ ଅଜିତ କୁମାର ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ଭାରତ କୋ ଜାନୋ ପ୍ରଶ୍ନମଞ୍ଚର ବରିଷ୍ଠ ବର୍ଗରେ ୩୯ଟି ଶିକ୍ଷାନୁଷ୍ଠାନ, କନିଷ୍ଠ ବର୍ଗରେ ୩୧ଟି ଶିକ୍ଷାନୁଷ୍ଠାନ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ୧୪ଟି ଶିକ୍ଷାନୁଷ୍ଠାନରୁ ସର୍ବମୋଟ ୨୧୮ଜଣ ପ୍ରତିଭାଗି ଅଂଶ ଗ୍ରହଣ ତରିଥିଲେ।

କନିଷ୍ଠ ବର୍ଗ ପ୍ରଶ୍ନମଞ୍ଚରେ ପି.ଆର୍.ହାଇସ୍କୁଲ,କିସ୍ ବିଦ୍ୟାଳୟ, ରୋଶନି ପବ୍ଲିକ ସ୍କୁଲ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ବେଳେ ବରିଷ୍ଠ ବର୍ଗ ପ୍ରଶ୍ନମଞ୍ଚରେ ମହିଳା ମହାବିଦ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା,ଲିଟିଲ ଫ୍ଲାଓ୍ବାର ସ୍କୁଲ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସେହିପରି ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା,+୨ ମହାବିଦ୍ୟାଳୟ କୁସଙ୍ଗ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କଦମପଡା ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

ପରିଷଦର ସମସ୍ତ ସଦସ୍ୟ ସଦସ୍ୟ ସଦସ୍ୟାଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।ଏଥିପାଇଁ ପରିଷଦର ବଲାଙ୍ଗିର ଶାଖା ସମ୍ପାଦକ ମାନସ ରଞ୍ଜନ ବହିଦାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande