ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ସୋମବାର ଦିନ ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ୍ ବିଶ୍ୱାସଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଯନ୍ତ୍ରାଂଶ ବଣ୍ଟନ ଓ ପରିମାପକ ଶିବିର ମାଥିଲି ନୁଆଗୁଡ଼ା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ଶିକ୍ଷା ମାଲକାନଗିରି ଓ ଆଲିମକୋ ଭୁବନେଶ୍ୱର ମିଳିତ ପ୍ରୟାସରେ ଆୟୋଜିତ ଏହି ଶିବିରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ୍ ବିଶ୍ୱାସ ଉଦଘାଟନ କରିଥିଲେ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଆଲିମକୋର ପ୍ରତିନିଧି ଅର୍ଥୋପ୍ରୋସ୍ଥେଷ୍ଟିକ୍ଟ ବିକ୍ରମ କୁମାର ମହାରଣା ଅର୍ଥଟେକନିକ ମହାବୀର ସିଂହ, ଆକାଶ କୁମାରରାୟ, ଅମନ ଦ୍ବିବେଦୀ ଯୋଗଦେଇ ଆବଶ୍ୟକ ଉପକରଣର ମାପ ନେଇଥିଲେ। ଏହି ଶିବିରକୁ ବରିଷ୍ଠ ଶିକ୍ଷକ ତଥା ଭାରପ୍ରାପ୍ତ ବି ଆର ପି ରତ୍ନାକର ପାଳ ପରିଚାଳନା କରିଥିଲେ । ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ଉପକରଣ ଓ ଯନ୍ତ୍ରାଂଶର ଯତ୍ନ ସମ୍ପର୍କରେ ଅଭି ଭାବକ ଓ ବିଦ୍ୟାର୍ଥୀ ମାନଙ୍କୁ ଶ୍ରୀ ପାଳ ପରାମର୍ଶ ଦେଇ ଖୁବ୍ ଶୀଘ୍ର ନୂତନ ଯନ୍ତ୍ରାଂଶ ପ୍ରଦାନ କରାଯିବା ବୋଲି ସୂଚନା ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବୀଣା ପାଣି ସେଠୀ, ଶିକ୍ଷୟିତ୍ରୀ କେ ୱରା ଲକ୍ଷ୍ମୀ, ଲକ୍ଷ୍ମୀପ୍ରିୟା ବେହେରା,ସିଆରସିସି ଚିନ୍ତାମଣି ବିଷୋୟୀ, ମନୋଜ କୁମାର ବେହେରା, ବରିଷ୍ଠ ଶିକ୍ଷକ ମଧୁସୂଦନ ନାୟକ, ସହକାରୀ ଶିକ୍ଷକ ତୁଷାର କାନ୍ତ ପଣ୍ଡା, ମନୋଜ କୁମାର ପାଳ, ବୈଷ୍ଟମ୍ବ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ୬୦ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଶିକ୍ଷ୍ୟାର୍ଥିଙ୍କ ସମେତ ସେମାନଙ୍କ ଅଭିଭାବକ ଯୋଗଦେଇ ଥିଲେ।୩୨ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଙ୍କୁ ବିଭିନ୍ନ ପ୍ରକାରର ଆବଶ୍ୟକ ଉପକରଣ ବଣ୍ଟନ କରାଯାଇଥିଲା। ୨୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ନୂତନ ଉପକରଣ ପ୍ରଦାନ ପାଇଁ ମାପ ନିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ