କିଛି ଜାଣିବା କିଛି ଜଣେଇବା କାର୍ଯ୍ୟକ୍ରମ
ଜୟପୁର, ୮ ସେପ୍ଟେମ୍ବର (ହି.ସ.)- ଜୟପୁର ସି. ଟି. ହାଇସ୍କୁଲ ଠାରେ, ସିୱା ଅନୁଷ୍ଠାନ ଜୟପୁର ଦ୍ୱାରା ଆୟୋଜିତ ହୋଇଯାଇଛି କିଛି ଜାଣିବା କିଛି ଜଣେଇବା-ଜଣା ଅଜଣା କାର୍ଯ୍ୟକ୍ରମ, ରାମାୟଣ କୁଇଜ। କୋମଳମତି ପିଲାଙ୍କ ମନ-ହୃଦୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ତଥା ଜଣେ ମଣିଷ ପରି ମଣିଷ କରାଇବା ପାଇଁ
କିଛି ଜାଣିବା କିଛି ଜଣେଇବା କାର୍ଯ୍ୟକ୍ରମ


ଜୟପୁର, ୮ ସେପ୍ଟେମ୍ବର (ହି.ସ.)- ଜୟପୁର ସି. ଟି. ହାଇସ୍କୁଲ ଠାରେ, ସିୱା ଅନୁଷ୍ଠାନ ଜୟପୁର ଦ୍ୱାରା ଆୟୋଜିତ ହୋଇଯାଇଛି କିଛି ଜାଣିବା କିଛି ଜଣେଇବା-ଜଣା ଅଜଣା କାର୍ଯ୍ୟକ୍ରମ, ରାମାୟଣ କୁଇଜ। କୋମଳମତି ପିଲାଙ୍କ ମନ-ହୃଦୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ତଥା ଜଣେ ମଣିଷ ପରି ମଣିଷ କରାଇବା ପାଇଁ ଚେଷ୍ଟା କରିବା, ବଡ଼ଙ୍କୁ ସମ୍ମାନ ଏବଂ ଛୋଟକୁ ସ୍ନେହ, ମଣିଷ ପ୍ରତି ଭକ୍ତି, ପରିବେଶ ସହିତ ଶୃଙ୍ଖଳିତ ଜୀବନଯାପନ କରିବା ଭଳି ଏକ ନୂଆ ରୂପରେ କୁଇଜ ମାଧ୍ୟମରେ ପିଲାଙ୍କୁ ମଣିଷ ଧର୍ମ ବିଷୟରେ ଅବଗତ କରେଇବା ପାଇଁ ଏକ ପ୍ରୟାସ କରିଥିଲା ଅନୁଷ୍ଠାନ। ଆୟୋଜିତ କୁଇଜରେ ବିଭିନ୍ନ ବିଦ୍ୟାଳୟରୁ ୧୮ ଗୋଟି ବିଦ୍ୟାଳୟରୁ ମୋଟ ୧୫୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।ଲେଖକ, ଗାଳ୍ପିକ, ସୁବକ୍ତା, ପୂର୍ବତନ ପ୍ରଧାନ ଶିକ୍ଷକ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀରାମଙ୍କର ଯାତ୍ରା, ରାମାୟଣର ବର୍ତ୍ତମାନ ଯୁଗରେ ଆବଶ୍ୟକତା ତଥା, ପ୍ରତ୍ୟେକ କର୍ତ୍ତବ୍ୟ ପରାୟଣ ହେବାର କଳା ଜାଣିବା ଦରକାର ବୋଲି

କହିଥିଲେ। ଏସବୁ ଶୁଣିବା ପରେ ଅଭିଭାବକ ତଥା ଶିକ୍ଷକ ଏବଂ କର୍ମକର୍ତ୍ତା ମଧ୍ୟରେ ଭୁରି ଭୁରି ପ୍ରଶଂସା ଶୁଣିବାକୁ ମିଳିଥିଲା। ପିଲାମାନେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇ ନିଜକୁ ଧନ୍ୟ ମନେ କରୁଛୁ ବୋଲି କହିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ନାଟ୍ୟକାର, କଣ୍ଠଶିଳ୍ପୀ, ଭାଗବତ ଶିକ୍ଷା ପ୍ରଦାୟକ ଆଧ୍ୟାତ୍ମିକ ପାଠଶାଳାର ମୁଖ୍ୟ ପ୍ରବଚକ ଅନିଲ ମହାପାତ୍ର ଏବଂ ପ୍ରବଚିକା ସୋନାଲି ପତି ମହୋଦୟା, ବିଦ୍ୟାଳୟର ସମ୍ପାଦକ ଶଶୀ ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ସମୟରେ ସିୱା ଅନୁଷ୍ଠାନର ସଭାପତି ସୁଧାକର ପଟ୍ଟନାୟକ ସଭାକୁ ସଂଚାଳନ କରିଥିବା ସମୟରେ ଅନୁଷ୍ଠାନର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଥିଲା।

ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ, ଦ୍ଵିତୀୟ, ତୃତୀୟ, କନିଷ୍ଠ ବିଭାଗରେ ପ୍ରଥମ ଦ୍ଵିତୀୟ ତୃତୀୟ ତଥା ୬ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ପ୍ରଥମେ ଲିଖିତ ଏବଂ ପରେ ମୌଖିକ କୁଇଜ କରାଯାଇଥିଲା।

ଏହି କାର୍ଯ୍ୟକ୍ରମଟି ଜି.ଭେଙ୍କଟ. ରେଡ଼ି ପରିଚାଳନା କରିଥିବା ସମୟରେ, ସହ ସମ୍ପାଦକ ସୌମ୍ୟ ରଞ୍ଜନ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ଲିପିକା ପାତ୍ର, ଅଜୟ ମିଶ୍ର, ପ୍ରତାପ ପଟ୍ଟନାୟକ, ଗୋପାଳ ସାହୁ, ନଳିନୀ ପାତ୍ର, ରଂଜିତ ନାୟକ, ସିୱା ଅନୁଷ୍ଠାନର ମହିଳା ବିଭାଗର ସଭାପତି ଶ୍ରୀମତୀ ସୁମନ ମୁନ୍ଦ୍ରl, ଆନନ୍ଦ ମୁନ୍ଦ୍ରl, ପ୍ରଦୀପ୍ତ ସାହୁ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande