ଘଟଗାଁରେ ମିଳିତ ଅଭିଯୋଗ ଶୁଣାଣି
ଘଟଗାଁ, ୮ ସେପ୍ଟେମ୍ବର (ହି.ସ.)- ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, କେନ୍ଦୁଝର ଓ ଆରକ୍ଷୀ ଅଧିକ୍ଷକ, କେନ୍ଦୁଝରଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଏଥିରେ ଭତ୍ତା ସମ୍ବନ୍ଧୀୟ ୧୨ଟି, ଭିନ୍ନକ୍ଷମ ଉପକରଣ ସମ୍ବନ୍ଧୀୟ ୫ଟି, ପାନୀୟ ଜଳ ସମ୍ବନ୍ଧୀୟ ୨ଟି,ଆର୍ଥିକ
ଘାଟ ଗାଁ ରେ ମିଳିତ ଅଭିଯୋଗ ଶୁଣାଣୀ


ଘଟଗାଁ, ୮ ସେପ୍ଟେମ୍ବର (ହି.ସ.)- ଆଜି ଘଟଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, କେନ୍ଦୁଝର ଓ ଆରକ୍ଷୀ ଅଧିକ୍ଷକ, କେନ୍ଦୁଝରଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଏଥିରେ ଭତ୍ତା ସମ୍ବନ୍ଧୀୟ ୧୨ଟି, ଭିନ୍ନକ୍ଷମ ଉପକରଣ ସମ୍ବନ୍ଧୀୟ ୫ଟି, ପାନୀୟ ଜଳ ସମ୍ବନ୍ଧୀୟ ୨ଟି,ଆର୍ଥିକ ସହାୟତା ପ୍ରଦାନ ସମ୍ବନ୍ଧୀୟ ୨ଟି, ଭୂମିହୀନ ଓ ଜଙ୍ଗଲ ଜମି ପଟ୍ଟା ସମ୍ବନ୍ଧୀୟ ୨ଟି, ରେସନ କାର୍ଡ ସମ୍ବନ୍ଧୀୟ ୨ଟି ଓ ଅନ୍ୟାନ୍ୟ ୩୨ଟି ଅଭିଯୋଗକୁ ମିଶେଇ ସମୁଦାୟ ୫୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ତନ୍ମଧ୍ୟରୁ ୧୫ଟି ଅଭିଯୋଗର ତ୍ୱରିତ ଫଇସଲା କରାଯାଇଥିବା ଜଣାଯାଇଛି। ଶେଷରେ ୭ ଜଣ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଳ ସିଂ, ଆରକ୍ଷୀ ଅଧିକ୍ଷକ ନିତିନ କୁଳଶେଖର ଡ଼ାଗବୁ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ, କେନ୍ଦୁଝରର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିନୋଦ ବିହାରୀ ମିଶ୍ର, ତହସିଲଦାର ଚାରୁଲତା ସିଂ, ବିଡ଼ିଓ ଖଗେଶ୍ୱର ବରାଳ, ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍ତ୍ୱାବଧାରକ ମୁକ୍ତିକାନ୍ତ ନାୟକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ଅଭିଯୋଗ କକ୍ଷର ସହକାରୀ ଜିଲ୍ଲାପାଳ ସରୋଜ କୁମାର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଘଟଗାଁ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାସ କୁମାର ଜେନା, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ଭୋଳାନାଥ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଜୟନ୍ତ ଜେନା, ସିଙ୍ଗୁ ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଗୋପାଳକୃଷ୍ଣ ବାରିକ, ଯୋଗାଣ ଅଧିକାରୀ ଭାସ୍କର ଚନ୍ଦ୍ର ବାରିକ, ଭାରପ୍ରାପ୍ତ ଜିପିଡ଼ିଓ ସାରଙ୍ଗଧର ରଣା, ସେକ୍ସନ ଅଧିକାରୀ ଶ୍ରୀକାନ୍ତ ନାଏକ, ବରିଷ୍ଠ ରାଜସ୍ୱ ସହାୟକ ପୀତବାସ ମହାନ୍ତ ଓ ବ୍ରଜକିଶୋର ଜେନା ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା ନିମିତ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande