ଜୟପୁର, ୮ ସେପ୍ଟେମ୍ବର (ହି.ସ.)- ଜୟପୁର ସହରର ବେଶ ଜଣାଶୁଣା ତଥା ଆମ ଆଦମୀ ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଜୟପୁର ନିର୍ବାଚନ ମଣ୍ତଳିରେ ପ୍ରତିଦ୍ବନ୍ଦିତା କରୁଥିବା ଗୌରୀ ଚରଣ ଦେବଶର୍ମା ଆଜି ଆମ ଆଦମୀ ପାର୍ଟି ଛାଡିଥିବା ଲିଖିତ ଭାବେ ଜଣାଇଛନ୍ତି। ଶ୍ରୀ ଶର୍ମା ବିଜୁ ଜନତା ଦଳରେ ଅନେକ ଦିନ କାର୍ଯ୍ୟ କରିବା ପରେ ଜୟପୁରର ବିକାଶ କରିବା ନିମନ୍ତେ ସେ ଆମ ଆଦମୀ ପାର୍ଟିକୁ ଆପଣାଇଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ସେ ନିଜକୁ କୌଣସି ଦଳରେ ନରହି ସହରର ବିକାଶ କରିବେ ବୋଲି ନିଷ୍ପତି ନେଇଛନ୍ତି। ଛାତ୍ର ଜୀବନରୁ ମହାବିଦ୍ୟାଳୟର ସଭାପତି ହୋଇ ସହରର ଉନ୍ନୟନମୂଳକ କାର୍ଯ୍ୟ ଯେପରି କରି ଆସୁଥିଲେ ସେହିପରି କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଆଗାମୀ ଦିନରେ ମଧ୍ୟ ସେ ସହରର ବିକାଶ ପାଇଁ ଛାତ୍ର ଛାତ୍ରୀ ତଥା ଓକିଲ ମାନଙ୍କୁ ଏକଜୁଟ କରି କାର୍ଯ୍ୟ ହାସଲ କରିବେ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି