ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ଖବର ଶୁଣି ଦୁଃଖପ୍ରକାଶ କରିଛନ୍ତି ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମପାଟି । ଶ୍ରୀ ଢୋଲକିଆଙ୍କ ଅସମୟର ସ୍ୱର୍ଗବାସ ପାଇଁ ରାଜ୍ୟପାଳଶୋକସନ୍ତପ୍ତ ପରିବାର ବର୍ଗ ଓ ନୂଆପଡ଼ାବାସୀଙ୍କୁ ସମବେଦନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା