ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ସରକାର - ପିସିସି ସଭାପତି
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଅନେକ ଛ
ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ସରକାର - ପିସିସି ସଭାପତି


ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବାକୁ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଅନେକ ଛାତ୍ର ନେତା ଦେଶ ଏବଂ ରାଜ୍ୟରେ ବିଭିନ୍ନ ବଡ ପଦ ପଦବୀରେ ରହି ନିଜର ଦକ୍ଷତା ପ୍ରତିପାଦିତ କରୁଛନ୍ତି। କାହିଁକି ରାଜ୍ୟ ସରକାର ଛାତ୍ର ନେତାଙ୍କୁ ଅଣଦେଖା କରୁଛନ୍ତି । ପୂର୍ବ ବିଜେଡି ଏବଂ ବର୍ତମାନର ବିଜେପି ସରକାର ଏହି ଅପରାଧ କରିଛନ୍ତି, ଏବେ ଏହି ଅପରାଧରୁ ମୁକ୍ତ ହେବାର ସମୟ ଆସିଛି । ଛାତ୍ରର ଅଧିକାରଙ୍କ ସରକାର କାହିଁକି ଦମନ କରୁଛନ୍ତି? ଏବେ ସମୟ ଆସିଛି ଛାତ୍ର ସଂସଦ ନିର୍ବାଚନ ଘୋଷଣା କରନ୍ତୁ ସରକାର ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande