ଉପରାଷ୍ଟ୍ରପତି ନିର୍ବାଚନ : ବିଜେଡି ଏବେ ଇଣ୍ଡିଆ ମେଂଟକୁ ସହଯୋଗ କରୁ - ପିସିସି ସଭାପତି
ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ବିଜେଡ଼ି ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି ବୋଲି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ ।
ଉପରାଷ୍ଟ୍ରପତି ନିର୍ବାଚନ : ବିଜେଡି ଏବେ ଇଣ୍ଡିଆ ମେଂଟକୁ ସହଯୋଗ କରୁ - ପିସିସି ସଭାପତି


ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.)- ବିଜେଡ଼ି ପାଇଁ ଏବେ ଐତିହାସିକ ନିଷ୍ପତି ନେବାର ସମୟ ଆସିଛି ବୋଲି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି।

ସେ କହିଛନ୍ତି ରାଜ୍ୟରେ ବହୁ ଦିନରୁ ଚର୍ଚ୍ଚା ହେଉଥିଲା ବିଜେଡି ଏବଂ ବିଜେପି ଗୋଟିଏ ଦଳ । ଯଦି ଏଥିରେ ସତ୍ୟତା ନାହିଁ, ତେବେ ବିଜେଡ଼ି ପାଇଁ ଏବେ ତାହା ପ୍ରମାଣିତ କରିବାର ସମୟ ଆସିଛି । ୨୦୨୪ ନିର୍ବାଚନର ୫୧ ବିଧାୟକ ଜିତିଲେ ହେଲେ ଗୋଟିଏ ସାଂସଦ କେଉଁ ଭଳି ଜିତିପାରିଲେ ନାହିଁ। ଦଳର ତ୍ରୁଟି ପୁର୍ଣ୍ଣ ନିଷ୍ପତି ପାଇଁ ବହୁ ବିଧାୟକ ହାରିଛନ୍ତି। ରାଜ୍ୟସଭାରେ ଯେଉଁ ନେତା ଅଛନ୍ତି ସେମାନେ ଇଣ୍ଡି ମେଂଟକୁ ସମର୍ଥନ କରିବାକୁ କହୁଛନ୍ତି। ତେଣୁ ବିଜେଡି ଏବେ ଇଣ୍ଡିଆ ମେଂଟକୁ ସହଯୋଗ କରିବାର ସମୟ ଆସିଛି। ଭୟରୁ ବିଜେଡି ମୁକ୍ତ ହେବା ଦରକାର। ଏତେ ବଡ ଦଳକୁ ଏଭଳି ନଷ୍ଟ କରିବା କଥା ନୁହେଁ। ନବୀନ ବାବୁଙ୍କ ନିଷ୍ପତିରେ ବିଜେଡି ଭବିଷ୍ୟତ ନିର୍ଦ୍ଧାରଣ ହେବ। ନବୀନ ବାବୁଙ୍କୁ ଛୁଇଁବାକୁ କେନ୍ଦ୍ର ସରକାରଙ୍କର ସାହସ ନାହିଁ। କାହିଁକି ନବୀନ ବାବୁ ଚାପରେ ରହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande