ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ସୋମବାର ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିରର ୩ୟ ଦିନ ବା ଉଦଯାପନି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲା ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଶେଷ ଦିବସର ଆରମ୍ଭ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଜୁନିୟର ରେଡ଼କ୍ରସ ବ୍ଲକ ସଂଯୋଜକ ଦେବରାଜ ସେଠୀ ଓ ଆୟୋଜିତ ବିଦ୍ୟାଳୟର କାଉନସିଲ ଅଜୟ କୁମାର ସ୍ୱାଇଁ ଙ୍କ ତତ୍ତ୍ଵାବଧାନ କାଉନସିଲ ର ମାନଙ୍କର ଦ୍ୱାରା ଯୋଗ ପ୍ରାଣାୟମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅମୂଲ୍ୟ ବାଣୀ ଓ ହିତ ଉପଦେଶ ଉପସ୍ଥାପନା କରାଯାଇଥିଲା, ଠିକ ୮ଟା ୩୦ ମିନିଟ ସମୟରେ ରେଡକ୍ରସ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନର ପ୍ରାଥମିକ ବୈଠକରେ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରାଣିଗ୍ରାହୀଙ୍କ ଦ୍ୱାରା ଜଗନ୍ନାଥଙ୍କ ଫଟୋ ଓ ରେଡ଼କ୍ରସ ପ୍ରତିଷ୍ଠାତା ସାର ହେନେରୀ ଡୁନାଣ୍ଟ ଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଏହି ପ୍ରଶିକ୍ଷଣ ଶିବିରରୁ ଶିକ୍ଷା କରିଥିବା ସମସ୍ତ ବିନ୍ଦୁ ବିଦ୍ୟାଳୟରେ ବିନିଯୋଗ କଲେ ପରିଶ୍ରମ ସାକାର ହେଇ ପାରିବ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଜୁନିୟର ରେଡ଼କ୍ରସ ଖଇରିପୁଟ ବ୍ଲକ ସଂଯୋଜକ ଦେବରାଜ ସେଠୀ । ଜଳ ପାନ ପରେ ସାତଟି ବ୍ଲକରୁ ଆସିଥିବା ଷାଠିଏ ଜଣ ନୂତନ ପ୍ରଶିକ୍ଷାର୍ଥୀ ଜୁନିୟର କାଉନସିଲରଙ୍କ ପ୍ରଥମ ଯୋଗଦାନ କରିଥିବା ଏହି ତିନି ଦିନିଆ ଶିବିରର ଶେଷ ଦିବସରେ ପ୍ରଥମ କାଳାଂଶ ଜିଲ୍ଲା ଏମ ଭି ଆଇ ରତି ନାରାୟଣ ବେହେରା ଓ ଜୁନିୟର ଏମଭି ଆଇ ସେକ ଜମିରଙ୍କ ଦ୍ୱାରା ସଡ଼କ ସୁରକ୍ଷା ଉପରରେ ଶିକ୍ଷାଦାନ କରିଥିଲେ, ଦ୍ବିତୀୟ କାଳାଂସରେ ଫାୟାର ସେଫଟି ଉପରେ ପ୍ରଶିକ୍ଷାର୍ଥୀଙ୍କୁ ଜିଲ୍ଲା ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ କମଲ ଲୋଚନ ଗୌଡ଼ ନିଆଁ ଲିଭା କୌଶଳକୁ ବିସ୍ତୃତ ଭାବରେ ଶିଖାଇବା ସହିତ କିପରି ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ପଡ଼ିଥିବା ଗଛ ଦ୍ୱାରା ରାସ୍ତା ଅବରୋଧ ହଟାଯିବ ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ଶିଖାଇ ଥିଲେ। ବରିଷ୍ଠ ଜେ.ଆର. ସି. କାଉନସିଲ ଅଜୟ କୁମାର ସ୍ୱାଇଁ, ଜେ.ଆର. ସି କାଉନସିଲ ବିଷ୍ଣୁ ପ୍ରସାଦ ସୁବୁଦ୍ଧି ଶେଷ କାଳାଂସରେ ଏଇଚଆଇଭିି ଓ ଏଡସ୍ ଉପରେ ଶିକ୍ଷାଦାନ କରିଥିଲେ । ପରେ ଅନୁଷ୍ଠିତ ଉଦଯାପନୀ ସଭାର ମୁଖ୍ୟ ଅତିଥି ଭାବରେ ଅତିରିକ୍ତ କୃଷି ସଚିବ ଡଃ ଶୁଭ୍ରାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ଭାବରେ ଏପିଡ଼ି ହିମାଂଶୁ ଶେଖର ମହାରଣା ଉପସ୍ଥିତ ରହିଥିଲେ l
ତିନି ଦିନିଆ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା, ରକ୍ତଦାନ, ଏଡ୍ସ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତନ, ଅଗ୍ନି ନିର୍ବାପନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳ ରୁପାୟନ ପାଇଁ ବରିଷ୍ଠ ଜେ.ଆର. ସି. କାଉନସିଲ ଅଜୟ କୁମାର ସ୍ୱାଇଁ, ମନୋଜ ମହାପାତ୍ର, ଦୀନବନ୍ଧୁ ବେଜ୍, ବାସୁଦେବ ପଣ୍ଡା, ଜିତୁରଂଜନ ସ୍ୱାଇଁ, ଶରତ ଚନ୍ଦ୍ର ଦାଶ, ଚତୁର୍ଭୁଜ ଦାସ, ସୁକୁମାର ପଣ୍ଡା, ବସନ୍ତ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନାତନ ପ୍ରଧାନ, ରଂଜନ କୁମାର ବେହେରା ପ୍ରମୁଖଙ୍କ ସହିତ ସମସ୍ତ ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତାଙ୍କୁ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲା ବେଳେ କାଉନସିଲର ଏବଂ ଭୋଲେଣ୍ଟିୟର ମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ ସମସ୍ତ ବରିଷ୍ଠ କାଉନସିଲର ତଥା ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ