ଅନଧିକୃତ ନିର୍ମାଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ଅନଧିକୃତ ଓ ଅବୈଧ ନିର୍ମାଣକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କ ପ୍ରକାଶିତ ଏକ ରାୟକୁ ଆଧାର କରି ଏହି ନିର୍ଦ୍ଦେଶନାମା ଜାରି ହୋଇଛି, ଅନୁମୋଦିତ
ଅନଧିକୃତ ନିର୍ମାଣ     ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ


ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ଅନଧିକୃତ ଓ

ଅବୈଧ ନିର୍ମାଣକୁ ରୋକିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ

ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କ ପ୍ରକାଶିତ ଏକ ରାୟକୁ ଆଧାର କରି ଏହି ନିର୍ଦ୍ଦେଶନାମା ଜାରି ହୋଇଛି, ଅନୁମୋଦିତ ବିଲ୍ଡିଂ ପ୍ଲାନ ବିନା ନିର୍ମାଣ

କାର୍ଯ୍ୟକୁ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି କୋଠାବାଡି ପ୍ଲାନ୍‌ ଅନୁମୋଦନ

ପୂର୍ବରୁ ବିଲ୍ଡର୍ସ କିମ୍ବା ବ୍ୟକ୍ତିଗତଙ୍କଠାରୁ ଅକୁପେସନ ସାର୍ଟିଫିକେଟ୍‌(ଓସି) ଦେବା

ସଂକ୍ରାନ୍ତରେ ଅଣ୍ଡରଟେକିଂ ରଖାଯିବା ବାଧ୍ୟତାମୂଳକ। ଏହାସହିତ ନିର୍ମାଣାଧୀନ ସ୍ଥାନରେ

ଅନୁମୋଦିତ ଯୋଜନା ତଥା ନିର୍ମାଣ ନକ୍ସା ବିଲଡର୍ସ ପ୍ରଦର୍ଶନ କରିବେ । ନିର୍ମାଣ ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର କେବଳ

ପରିଦର୍ଶନ ପରେ ପ୍ରାଧିକରଣ ଦ୍ୱାରା ଜାରି କରିବେ। ଯଦି ଏକ୍ଷେତ୍ରରେ କୌଣସି ତ୍ରୁଟି ବିଚ୍ୟୁତି

ଦେଖାଯାଏ, ତେବେ ତାହା ସଂଶୋଧନ ନ ହେବା ପର୍ଯ୍ୟନ୍ତ

ସମାପ୍ତି/ଅଧିଗ୍ରହଣ ପ୍ରମାଣପତ୍ର ସ୍ଥଗିତ ରହିବ ।

ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଓଡ଼ିଶା

ଡେଭଲପମେଣ୍ଟ ଅଥରିଟି ଆଇନ, ୧୯୮୨ ଏବଂ ଓଡ଼ିଶା ଟାଉନ ପ୍ଲାନିଂ ଓ

ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଆଇନ, ୧୯୫୬ ଅନୁଯାୟୀ କଡ଼ାକଡ଼ି ପାଳନ

କରାଯିବ। ଏହା ସହିତ, ନିର୍ମାଣ ସ୍ଥଳରେ ଅନୁମୋଦିତ ବିଲ୍ଡିଂ ପ୍ଲାନର

ଏକ ନକଲ ପ୍ରଦର୍ଶନ କରିବା, ଅନଧିକୃତ ନିର୍ମାଣ ବିରୁଦ୍ଧରେ କଠୋର

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜ୍ଞପ୍ତିରେ ବିଭାଗୀୟ ପ୍ରମୁଖ

ଶାସନ ସଚିବ ଉଷା ପାଢ଼ୀ ଦର୍ଶାଇଛନ୍ତି ଯେ, ଏସଂକ୍ରାନ୍ତରେ

ସୁପ୍ରିମକୋର୍ଟ ଦୃଢ଼ ନିଦେର୍ଶ ଜାରି କରିଛନ୍ତି। ଯାହାଦ୍ୱାରା କି ଆଗାମୀ ଦିନରେ ବେଆଇନ ଭାବେ

ନିର୍ମାଣ ତଥା ବିନା ଅନୁମୋଦନରେ ହେଉଥିବା କୋଠାବାଡ଼ିକୁ ପ୍ରତିହତ କରିପାରିବ। ସେ ଉଲ୍ଲେଖ

କରିଛନ୍ତି ଯେ, ବେଆଇନ କୋଠାବାଡ଼ି ନିର୍ମାଣ ଯୋଗୁଁ ଅନେକ ସମୟରେ

ସାଧାରଣ ଲୋକେ ସମସ୍ୟାରେ ପଡୁଛନ୍ତି। ସେହିପରି ବିଦ୍ୟୁତ୍‌, ପାଣି

ନିଷ୍କାସନ(ଡ୍ରେନେଜ୍‌) ସଂଯୋଗ କେବଳ ‘ଓସି ’ ପରେ ହିଁ ପ୍ରଦାନ କରାଯିବା ବାଧ୍ୟତାମୂଳକ। ଯଦି ଓସି ପରେ ଏହି ସବୁ କ୍ଷେତ୍ରରେ

ତ୍ରୁଟି ବିଚ୍ୟୁତି ଦେଖାଯାଏ ତେବେ ନିର୍ମାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ

ବୋଲି ପ୍ରମୁଖ ସଚିବ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେହିପରି କୌଣସି ଅନଧିକୃତ ନିର୍ମାଣରେ

ବ୍ୟାପାର ଲାଇସେନ୍ସ କିମ୍ବା ବ୍ୟବସାୟ/ବାଣିଜ୍ୟ ପାଇଁ ଅନୁମତି ଦିଆଯିବ ନାହିଁ। ଯେକୌଣସି ଉନ୍ନୟନ ଜୋନାଲ ଯୋଜନା ଅନୁଯାୟୀ ହେବା

ଆବଶ୍ୟକ। ଅନ୍ୟ ବିଭାଗଗୁଡ଼ିକ ଅନଧିକୃତ ନିର୍ମାଣ ଧିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ

ବିଷୟରେ ଯୋଜନା ବିଭାଗକୁ (ଅନୁରୋଧ କଲେ) ତୁରନ୍ତ ସହାୟତା ପ୍ରଦାନ କରିବେ । ଯଦି ଏପରି

ସହଯୋଗ ପ୍ରଦାନ ନ କରାଯାଏ, ତେବେ ରାଜ୍ୟ ସମ୍ପୃକ୍ତ ଅଧିକାରୀଙ୍କ

ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଏସଂକ୍ରାନ୍ତୀୟ ଆବେଦନଗୁଡ଼ିକ

୯୦ ଦିନ ମଧ୍ୟରେ ନିଷ୍ପତ୍ତି ହେବା ଆବଶ୍ୟକ। ଏନେଇ ରାଜ୍ୟ ସରକାରଙ୍କୁ ସକୁର୍ଲାର ଜାରି କରିବାକୁ

ହେବ, ଯେଉଁଥିରେ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୂର୍ବ ନିର୍ଦ୍ଦେଶ

ଏବଂ ଏହି ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଏହା ପାଳନ ନ କଲେ ବିଭାଗୀୟ

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ବ୍ୟାଙ୍କଗୁଡ଼ିକ କେବଳ ଓସି ଥିବା ନିର୍ମାଣକୁ

ବନ୍ଧକ(ସିକ୍ୟୁରିଟି) ପାଇଁ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିଦେର୍ଶରେ

କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande