ପୁରୀ, ୮ ସେପ୍ଟେମ୍ବର (ହି.ସ.)- ଗୋପାଳପୁର ସ୍ଥିତ ଆଇଏମଟି ଫାର୍ମାସି କଲେଜ ଆନୁକୂଲ୍ୟରେ ଫାର୍ମାସି ଓ ଆଲାଏଡ ମେଡିକାଲ ସାଇନ୍ସ ବିଭାଗର ଶେଷବର୍ଷର ବିଦ୍ୟାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଚଳିତବର୍ଷ ପାଇଁ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ନିଯୁକ୍ତି ପ୍ରକ୍ରିୟା ଉଭୟ ଅନ-ଲାଇନ ଓ ଅନ-କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯାଇଥିଲା । ଡିଗ୍ରୀ ଫାର୍ମାସି ବିଭାଗ ଛାତ୍ର ଚୟନ କରିବା ଉଦ୍ଦେଶ୍ୟରେ ଦୁଇଟି ପ୍ରତିଷ୍ଠିତ ଔଷଧ ଶିଳ୍ପ ସଂସ୍ଥା, ଯଥା ସିପ୍ଲା ଲିମିଟେଡ଼, ସିକିମ୍ ଶିଳ୍ପ ଶାଖା ତରଫରୁ ସୈକତ ମୁଖାର୍ଜୀ ଓ ଯୋଡ଼ାସ୍ ଏକ୍ସପୋଇମ, ହାଇଦ୍ରାବାଦ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଏଲଡେନ ଏହି ଚୟନ ପ୍ରକ୍ରିୟାର ତତ୍ୱାବଧାନ କରିଥିଲେ । ଶେଷବର୍ଷ ଡିଗ୍ରୀ ଫର୍ମାସୀ ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ପ୍ରଥମେ ଯୋଡ଼ାସର ଅନ-ଲାଇନ ସାକ୍ଷାତକାର ପରୀକ୍ଷାରେ ୧୯ ଜଣ ଓ ୮ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଦ୍ୱିତୀୟ ଶିଳ୍ପ ସଂସ୍ଥାନ, ସିପ୍ଲାର ସାକ୍ଷାତକାର ପରୀକ୍ଷାରେ ୨୨ ଜଣ ଓ ଏହାର ଅନ୍ତିମ ପର୍ଯ୍ୟରେ ୭ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିଲେ ଓ ନିଯୁକ୍ତି ପାତ୍ର ହାସଲ କରିଥିଲେ । ସେହିପରି ଆଇଏମଟି ଆଲାଏଡ ସାଇନ୍ସ ବିଭାଗର ଡିଏମଏଲଟ ବିଦ୍ୟାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦେଵା ଉଦେଶ୍ୟରେ ପରୀକ୍ଷା ବାଇଓଟେକର ଓଡିଶା ଶାଖା ମୁଖ୍ୟ ଅନିଲ କୁମାର ସାହୁ ଓ କିଭୋ ଲାଇଫ ସାଇନ୍ସ ହାଇଦ୍ରାବାଦର ବ୍ୟବସାୟୀକ ଶ୍ରୀ ଆନନ୍ଦ ବୋମାଦ ଆଇଏମଟି କଲେଜ ପରିସରରେ ସାକ୍ଷାତକାର ପରୀକ୍ଷା ଆଦି ସଂଚାଳନ କରାଇଥିଲେ । ଏହି ଚୟନ ପ୍ରକ୍ରିୟା ଶେଷ ପର୍ଯାୟରେ ପରୀକ୍ଷା ବାଇଓଟେକ୍ ନିମନ୍ତେ ୬ ଜଣ ବିଦ୍ୟାର୍ଥୀ ଓ କିଭୋ ଲାଇଫ ସାଇନ୍ସ କୃତକାର୍ଯ୍ୟ ୬ ଜଣ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଆଇଏମଟି କଲେଜର ଏହି ନିଯୁକ୍ତି ଚୟନ ମେଳା ଜୁଲାଇ ମାସର ବିଭିନ୍ନ କାର୍ଯ୍ୟଦିବସ ମାନଙ୍କରେ ପରିଚାଳିତ ହୋଇଥିଲା ।
ଏହି ନିଯୁକ୍ତି ମେଳାକୁ କଲେଜ ତରଫରୁ ଉପ ଅଧକ୍ଷ ତୁଷାର ରଞ୍ଜନ ମହାପାତ୍ର, ଆଲାଏଡ ସାଇନ୍ସ ବିଭାଗ ମୁଖ୍ୟ କମଳାକାନ୍ତ ଆଚାର୍ଯ୍ୟ, ଅଧ୍ୟାପିକା ଜ୍ୟୋତିର୍ମୟୀ ଦାସ, ଅଧାପକ ସ୍ମୃତିକ୍ କୁମାର ଦାସ ଓ ଅଧ୍ୟାପକ ଶକ୍ତି ଶେଖର ଜେନା ପ୍ରମୁଖ ସଫଳତା ସହ ପରିଚଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ