ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ନୂଆପଡା
ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୋକ ପ୍ରକାଶ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ
ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ
ସିଂହଦେଓ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ସେ
କହିଛନ୍ତି ଯେ, ରାଜେନ୍ଦ୍ର
ଢୋଲକିଆ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ
ଓଡ଼ିଶା ସରକାରଙ୍କ ପ୍ଲାନିଂ ଏଣ୍ଡ କନଭର୍ଜେନ୍ସ ମନ୍ତ୍ରୀ ଭାବେ ସୂଚାରୁ ରୂପେ ଦାୟିତ୍ୱ
ନିର୍ବାହ କରିଥିଲେ । ଏହା ତାଙ୍କ ଲୋକପ୍ରିୟତାର ଚାକ୍ଷୁସ ପ୍ରମାଣ । ସ୍ବର୍ଗତ ଢୋଲକିଆଙ୍କ ଅକାଳ
ବିୟୋଗରେ ମୁଁ ଦୁଃଖିତ। ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା
କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା