ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ଅନ୍ତର୍ଜାତୀୟ ସାକ୍ଷରତା ଦିବସର ଶୁଭେଚ୍ଛା ଜଣାଇଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ସମାଜ ନିର୍ମାଣ ପାଇଁ ସାକ୍ଷରତା ଏକ
ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସାକ୍ଷରତାରୁ ସଶକ୍ତିକରଣ, ସାକ୍ଷରତା ହିଁ ପରିବର୍ତ୍ତନ । ଅନ୍ତର୍ଜାତୀୟ ସାକ୍ଷରତା ଦିବସ
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏକ ସମୃଦ୍ଧ ରାଷ୍ଟ୍ର ବା ସମାଜ ନିର୍ମାଣ ପାଇଁ
ସାକ୍ଷରତା ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ। ଆସନ୍ତୁ ସାକ୍ଷରତା ହାର ବୃଦ୍ଧି ପାଇଁ ଆମେ ସମସ୍ତେ
ପ୍ରଚେଷ୍ଟା ଜାରି ରଖିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା