ରାହୁଲ ଗାନ୍ଧୀଙ୍କ 'ଜାତୀୟ ବିରୋଧୀ ମନ୍ତବ୍ୟ' ମାମଲାରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଝାରସୁଗୁଡା ପୋଲିସର ନୋଟିସ
ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ତାଙ୍କର କଥିତ ଜାତୀୟ ବିରୋଧୀ ମନ୍ତବ୍ୟ ପାଇଁ ଝାରସୁଗୁଡା ଜିଲ୍ଲାରେ ପଞ୍ଜିକୃତ ଏକ ମାମଲା ସମ୍ପର୍କରେ ଝାରସୁଗୁଡ଼ା ପୋଲିସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଏକ ଆନୁଷ୍ଠାନିକ ନୋଟିସ୍ ଜାର
ରାହୁଲ ଗାନ୍ଧୀଙ୍କ 'ଜାତୀୟ ବିରୋଧୀ ମନ୍ତବ୍ୟ' ମାମଲାରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଝାରସୁଗୁଡା ପୋଲିସର ନୋଟିସ


ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- କଂଗ୍ରେସ

ନେତା ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ତାଙ୍କର କଥିତ ଜାତୀୟ ବିରୋଧୀ ମନ୍ତବ୍ୟ

ପାଇଁ ଝାରସୁଗୁଡା ଜିଲ୍ଲାରେ ପଞ୍ଜିକୃତ ଏକ ମାମଲା ସମ୍ପର୍କରେ ଝାରସୁଗୁଡ଼ା ପୋଲିସ ରାଜୀବ

ଗାନ୍ଧୀ ଫାଉଣ୍ଡେସନକୁ ଏକ ଆନୁଷ୍ଠାନିକ ନୋଟିସ୍ ଜାରି କରିଛି, ଯେଉଁଥିରେ ଏହାର ଆର୍ଥିକ ରେକର୍ଡ ଏବଂ ବିଦେଶୀ ଅନୁଦାନର ବିବରଣୀ

ମାଗାଯାଇଛି। ଜାରି ହୋଇଥିବା ନୋଟିସରେ ରାହୁଲ ଗାନ୍ଧୀ ଫାଉଣ୍ଡେସନ ର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ

ଆନନ୍ଦଙ୍କୁ ନଭେମ୍ବର 4 ରେ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ଚିଠି ଅନୁସାରେ

ନିର୍ଦ୍ଦେଶ ଅନୁପାଲନ ନକଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ରହିଛି । ଚଳିତ

ବର୍ଷ ୧୫ ଜାନୁଆରୀରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ଦିନ ପରେ, ୭ ଫେବୃଆରୀ ୨୦୨୫ ଝାରସୁଗୁଡ଼ା ଥାନାରେ ଏଫଆଇଆର ରୁଜୁ ହେବା ପରେ ଏହି

ପଦକ୍ଷେପ ନିଆଯାଇଛି।

ସେହି ଭାଷଣରେ, ଗାନ୍ଧୀ କହିଥିଲେ: ବିଜେପି ଏବଂ ଆରଏସଏସ ଆମ ଦେଶର ପ୍ରତ୍ୟେକ

ପ୍ରତିଷ୍ଠାନକୁ କବଜା କରିନେଇଛନ୍ତି। ଆମେ ଏବେ ବିଜେପି, ଆରଏସଏସ ଏବଂ ଭାରତୀୟ ରାଜ୍ୟ ସହିତ ଲଢ଼ୁଛୁ ବୋଲି କହିଥିଲେ । ଏହି

ମନ୍ତବ୍ୟ ପରେ ସ୍ଥାନୀୟ ବିଜେପି , ବିଜେପି ଯୁବ ମୋର୍ଚ୍ଚା, ଆରଏସଏସ, ବଜରଙ୍ଗ ଦଳ, ବିଜେପି ଲିଗାଲ୍ ସେଲ ଅଭିଯୋଗ ଆଣିଥିଲେ ଯେ ଝାରସୁଗୁଡ଼ା ନାଗରିକ

ଫୋରମ୍ ଏତଲା ଆଧାରରେ ରାହୁଲ୍ ଗାନ୍ଧୀ

ବାରମ୍ବାର ହିନ୍ଦୁ ଧର୍ମ, ସନାତନ ଧର୍ମ, ବିରୁଦ୍ଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଆସୁଛନ୍ତି।

ବିଜେପି ଆରଏସଏସବିରୁଦ୍ଧରେ

କହିବାକୁ ଯାଇ ଉଦ୍ୟେଶ ମୂଳକ ଭାବେ ଦେଶ ବିରୁଦ୍ଧରେ ମତ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande