ଭୁବନେଶ୍ୱର, 8 ସେପ୍ଟେମ୍ବର (ହି.ସ.)- ନୂଆପଡ଼ା
ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ପ୍ରଭାତି ପରିଡା ଶୋକ ପ୍ରକାଶ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନୂଆପଡ଼ା ବିଧାୟକ ଶ୍ରୀ
ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଖବର ପାଇ ମୁଁ ଦୁଃଖିତ ଏବଂ ମର୍ମାହତ । ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଏ ଦୁଃଖଦ ସମୟରେ
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା