ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣାକୁ ନେଇ ବିଶାଳ ପ୍ରତିବାଦ ସଭା ନିମନ୍ତେ ପ୍ରସ୍ତୁତି ବୈଠକ
ଧର୍ମଶାଳା, ୮ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିସରରେ ଥିବା ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତିକୁ କେହି ଦୁବୃତ ହାତ ଆଙ୍ଗୁଠି ଓ ସମ୍ବିଧାନ ପୁସ୍ତିକାକୁ ଏକ ଅଳିଆ କୁଣ୍ଡରେ ଫିଙ୍ଗି ଦେଇଥିଲେ । ଯାହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସମେତ ଦଳିତ ସଂଘ ପକ୍ଷରୁ ଦୃଢ ନିନ୍ଦା କ
ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତି ଭଙ୍ଗା ଘଟଣାକୁ ନେଇ ବିଶାଳ ପ୍ରତିବାଦ ସଭା ନିମନ୍ତେ ପ୍ରସ୍ତତି ବୈଠକ


ଧର୍ମଶାଳା, ୮ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିସରରେ ଥିବା ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତିକୁ କେହି ଦୁବୃତ ହାତ ଆଙ୍ଗୁଠି ଓ ସମ୍ବିଧାନ ପୁସ୍ତିକାକୁ ଏକ ଅଳିଆ କୁଣ୍ଡରେ ଫିଙ୍ଗି ଦେଇଥିଲେ । ଯାହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସମେତ ଦଳିତ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ଏହି ଘଟଣାକୁ ନେଇ ଧର୍ମଶାଳା ବିଡିଓ ଓ ଦଳିତ ମଂଚ ପକ୍ଷରୁ ଧର୍ମଶାଳା ଥାନାରେ ଏତଲା ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଦୁବୃତମାନଙ୍କ ବିରୋଧରେ କୌଣସି କାର୍ଯ୍ୟ।ନୁଷ୍ଠାନ ନିଆ ନଯିବାରୁ ଏହି ଘଟଣାକୁ ନେଇ ନିକଟରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ଦଳିତ ନେତା ସାମିଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande