ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)
ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ନୁଆପଡାର ବର୍ତ୍ତମାନ ବିଧାୟକ
ରାଜେନ୍ଦ୍ର ଢୋଲକିଆଙ୍କ ସୋମବାର ଚେନ୍ନାଇର ଗୋଟିଏ ବେସରକାରୀ ହସ୍ପିଟାଲ୍ରେ ଚିକିତ୍ସାଧୀନ
ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ
ତାଙ୍କୁ 69 ବର୍ଷରେ ହୋଇଥିଲା । ତାଙ୍କର
ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସହିତ ଅନ୍ୟାନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ
ପାରେ ଯେ, ଢୋଲକିଆ
2004 ମସିହାରେ ପ୍ରଥମେ ଓଡିଶା ବିଧାନସଭାକୁ ପ୍ରବେଶ କରିଥିଲେ। ପରେ ସେ 2009, 2019 ଓ 2024 ମସିହାରେ କ୍ରମଶଃ ତିନିଥର ବିଧାୟକ ଭାବେ ନିର୍ବାଚିତ
ହୋଇଥିଲେ।
ନବୀନ ପଟ୍ଟନାୟକ ସରକାର
ସମୟରେ ସେ ଯୋଜନା ଓ ସମନ୍ୱୟ ବିଭାଗର ମନ୍ତ୍ରୀ
ଭାବେ କାର୍ଯ୍ୟ ଭାର ସମ୍ଭାଳିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା